ଅନ୍ଧବିଶ୍ୱାସ ନେଲା ୨୭ ଦିନର ଶିଶୁର ଜୀବନ

ଅନ୍ଧବିଶ୍ୱାସ ନେଲା ୨୭ ଦିନର ଶିଶୁର ଜୀବନ

ବାରିପଦା : ଅନ୍ଧବିଶ୍ୱାସ ୨୭ ଦିନର ଶିଶୁର ଜୀବନ ନେଇଥିବା ଜଣାଯାଇଛି । ମୟୂରଭଞ୍ଜ ଜିଲ୍ଲା ବାଦାମ ପାହାଡ଼ ଥାନା ଅନ୍ତର୍ଗତ ବଡ଼ଜଇଦାନପୋଷି ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଏକ ଦମ୍ପତି ନିଜ ନବଜାତ ଶିଶୁକୁ ହରାଇଛନ୍ତି । ୨୭ ଦିନର ଏହି ଶିଶୁପୁତ୍ରକୁ ୧୨ଟି ଚେଙ୍କ ଦେବା ପରେ ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଶେଷରେ ଶିଶୁଟି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି । ମୟୂରଭଞ୍ଜ ଜିଲ୍ଲା ବାଦାମ ପାହାଡ଼ ଥାନା ଅନ୍ତର୍ଗତ ବଡ଼ଜଇଦାନପୋଷି ଗ୍ରାମରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ଏହି ଗ୍ରାମର ମୁନି ମାଝୀଙ୍କ ପତ୍ନୀ ସ୍ଥାନୀୟ ଡାକ୍ତରଖାନାରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ଜନ୍ମର କିଛି ଦିନ ପରେ ନବଜାତ ଶିଶୁଟି ଅହରହ କାନ୍ଦିବା ଏବଂ ତାର ପେଟବ୍ୟଥା ହେଉଥିବା ଭାବି ମୁନି ଗାଁର ଜଣେ ମହିଳାଙ୍କୁ ଜଣାଇଥିଲେ । ସମ୍ପୃକ୍ତ ମହିଳା ଏକ ତତଲା ଲୁହା ଦାରେ ଶିଶୁପୁତ୍ରର ନାଭି ଚାରିପଟେ ୧୨ଟି ଚେଙ୍କ ଦେଇଥିଲେ । ଚେଙ୍କ ଦେବା ପରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ଶିଶୁକୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।