ମୁସଲିମ୍ ସଂପ୍ରଦାୟ ସଂଖ୍ୟାଲଘୁଙ୍କୁ ନବୀନ ସରକାର ପ୍ରତାରିତ କରିଛନ୍ତି : ୟାସିର ନୱାଜ, ସଭାପତି, ପ୍ରଦେଶ ଛାତ୍ର କଂଗ୍ରେସ
ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ ନବୀନ ସରକାର ଦୀର୍ଘ ୨୪ ବର୍ଷ ଧରି ମୁସଲିମ୍ ସଂପ୍ରଦାୟ ସଂଖ୍ୟାଲଘୁଙ୍କର ଭୋଟ ହାତେଇ ନେଉଛନ୍ତି, ମାତ୍ର ସେମାନଙ୍କର ସ୍ୱାର୍ଥ ସମସ୍ୟା, ଅଧିକାର ଓ ଦାବୀ ପ୍ରତି ଦୃଷ୍ଟି ଦେଇନାହାନ୍ତି । ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ପାଳନ କରିନାହାନ୍ତି । କଂଗ୍ରେସ ସରକାର ସମୟରେ ସଂଖ୍ୟାଲଘୁ ମାନଙ୍କ ପାଇଁ କରାଯାଇଥିବା ସରକାରୀ ଯୋଜନା ଓ ସଂସ୍ଥାକୁ ବିଜୁ ଜନତା ଦଳ ସରକାର ବନ୍ଦ କରିଦେଇଛି । ସଂଖ୍ୟାଲଘୁ ଅର୍ଥ ନଗମ ଓ କଟକର ଉର୍ଦ୍ଦୁ ସିଟି ସ୍କୁଲ ଆଜି ବନ୍ଦ ହୋଇଯାଇଛି । ରାଜ୍ୟରେ ହଜ୍ କମିଟି ନାହିଁ । ଏଠାରେ ଉର୍ଦ୍ଦୁ ଏକାଡ଼େମି ନାମକୁ ମାତ୍ର ଚାଲିଛି । ୱାକଫ ବୋର୍ଡ ର ମେମ୍ବର ଏବଂ ଚେୟାରମ୍ୟାନ ନାହାନ୍ତି । ରାଜ୍ୟ ମଦରସା ବୋର୍ଡ ଗଠନ ହେଇନାହିଁ । ବିଡ଼ମ୍ବନାର କଥା ଏହି କି ଯେ ଭାରତର ସବୁ ରାଜ୍ୟରେ ସଂଖ୍ୟାଲଘୁ କମିଶନ ଅଛି । ଓଡିଶା ର ବିଜେଡି ସରକାର ଓଡିଶା ରେ ସଂଖ୍ୟାଲଘୁ କମିସନ ଗଠନ କରୁନାହାନ୍ତି । ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନଙ୍କର ଛାତ୍ରବୃତିକୁ ମଧ୍ୟ ନବୀନ ସରକାର ବନ୍ଦ କରିଦେଲେ । ସୁତରାଂ ନବୀନ ସରକାର ମୁସ୍ଲିମ୍ ସଂଖ୍ୟା ଲଘୁଙ୍କର ସଂପୂର୍ଣ୍ଣ ବିରୋଧି ବୋଲି ପ୍ରମାଣିତ । ଆଗାମୀ ନିର୍ବାଚନରେ ମୁସଲିମ୍ ସଂପ୍ରଦାୟ ଏହାର ଉଚିତ୍ ଜବାବ ଦେବାକୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଅନୁରୋଧ କରିଛନ୍ତି ।