ଶୀତଦିନେ ଖାଆନ୍ତୁ , ବଡ଼ ବଡ଼ ରୋଗରୁ ମିଳିବ ସୁରକ୍ଷା

ଶୀତଦିନେ ଖାଆନ୍ତୁ , ବଡ଼ ବଡ଼ ରୋଗରୁ ମିଳିବ ସୁରକ୍ଷା

ଶୀତଦିନ ଆସିଲେ ପ୍ରାୟତଃ ଲୋକମାନଙ୍କର ଜୀବନଶୈଳୀ ପରିବର୍ତ୍ତନ ହୋଇଯାଏ। ହାଡ଼ଭଙ୍ଗା ଶୀତରୁ ତ୍ରାହି ପାଇବା ପାଇଁ ଲୋକମାନେ ଶୀତ ବସ୍ତ୍ର ପିନ୍ଧିବା ସହ ଖାଦ୍ୟପେୟରେ ମଧ୍ୟ ପରିବର୍ତନ କରନ୍ତି। ତେବେ ଏଥର ଶୀତରେ ଶରୀରକୁ ଗରମ ରଖିବା ପାଇଁ ନିଜ ଡାଇଟ୍‌ରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ। ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ପୋଷକ ତତ୍ତ୍ଵ ମିଳିବା ସହ ଶରୀରକୁ ଗରମ ରଖିବ। ଏହି ସୁପର ଫୁଡ୍ ଖାଇବା ଦ୍ଵାରା ଶୀତଦିନେ ସଂକ୍ରମଣ ଭଳି ରୋଗ ହେବାର ସମ୍ଭାବନା ମଧ୍ୟ କମ୍ ରହିଛି।

ଏହି ଖାଦ୍ୟ ଗୁଡ଼ିକ ହେଲା-
ସାକରକନ୍ଦ- ଶୀତଦିନେ ପ୍ରାୟତଃ ସାକରକନ୍ଦ ମିଳେ। ଏଥିରେ ଥିବା ପୋଷକତତ୍ତ୍ଵ ଶରୀରକୁ ଶକ୍ତି ଯୋଗାଏ। ସାକରକନ୍ଦରୁ ଫାଇବର, ଭିଟାମିନ୍-ଏ, ଏବଂ ପୋଟାସିୟମ୍ ପ୍ରଚୁର ମାତ୍ରାରେ ମିଳେ। ନିୟମିତ ଭାବରେ ଏହାକୁ ଖାଇବା ଦ୍ଵାରା ଶରୀରରେ ଇମ୍ୟୁନିଟି ବଢେ।

ବିଟ୍- ବିଟ୍‌ରେ ଏଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହାକୁ ଖାଇବା ଦ୍ଵାରା କ୍ୟାନସର ଭଳି ରୋଗ ହେବାର ସମ୍ଭାବନାକୁ ହ୍ରାସ କରିଥାଏ। ଏଥିରୁ ଭିଟାମିନ୍-ଏ ଏବଂ ଭିଟାମିନ୍-କେ ମିଳେ। ବିଟ୍‌ ପତ୍ର ମଧ୍ୟ ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା ହାଡ଼କୁ ମଜଭୁତ ରଖେ ଏବଂ ହଜମ ପ୍ରକ୍ରିୟା ବଢାଏ।

ଖଜୁରୀ- ଖଜୁରୀ ଏକ ଲୋ ଫ୍ୟାଟ୍ ଫୁଡ୍। ଏହା ଖାଇବା ଦ୍ଵାରା ମୋଟା ହେବାର ସମସ୍ୟା ହୁଏ ନାହିଁ। ଜିମ୍ ଯାଉଥିବା ଲୋକଙ୍କ ପାଇଁ ଖଜୁରୀ ଏକ ଜରୁରୀ ଖାଦ୍ୟ। ଏହାକୁ ପ୍ରତିଦିନ ଖାଇଲେ ଶରୀର ଗରମ ରୁହେ।

ବାଦାମ-ଅଖରୋଟ- ବାଦାମ ଏବଂ ଅଖରୋଟ ନର୍ଭ୍‌ସ୍ ସିଷ୍ଟମକୁ ଭଲ ରଖେ। ଇନସୁଲିନ୍ ପ୍ରୋସେସ୍ ଭଲ ରଖେ।

ରାଗୀ-ଶୀତଦିନେ ରାଗୀ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା ଶରୀରରେ କ୍ୟାଲସିୟମ୍ ବୃଦ୍ଧି କରେ। ଏତଦ୍ ବ୍ୟତୀତ ରାଗୀ ଡାଇବେଟିସ୍ କଣ୍ଟ୍ରୋଲ କରେ। ଏହା ବ୍ୟତୀତ ଇନସୋମାନିଆ, ଏନଜାଇଟି, ଡିପ୍ରେସନ୍ ଭଳି ସମସ୍ୟା ଦୂର କରେ।

ବାଜରା- ବାଜରା ଫ୍ୟାଟ୍, ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ଥାଏ। ଏଥିରେ ଥିବା ହାଇ ଆଇରନ୍ ଏନିମିୟା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା ହାଡ଼କୁ ମଜଭୁତ କରେ। ଆପଣ ବାଜରା ଲଡୁ ଖାଇପାରିବେ।