ଭିଜିଲାନ୍ସ ଜାଲରେ ଜେଇ
ଅନୁଗୁଳ: ଭିଜିଲାନ୍ସ ଜାଲରେ ଶିକ୍ଷା ଅଭିଯାନର ଜେଇ । ପାଲଲହଡ଼ାରେ କାର୍ୟ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ରେଡ଼ । ସୁନ୍ଦରପଦା ଏବାରଙ୍ଗରେ ପ୍ଲଟ ନମ୍ବର ୩୬୬ ଓ ୩୬୭ ରେ ଚଢାଉ । ସୁନ୍ଦରପଦା ପ୍ରେଣ୍ଡସ୍ କ୍ଲବ ନିକଟରେ ଥିବା ୩ ମହଲା ଘରେ ବି ରେଡ୍ ହୋଇଛି ।
ଏହାସହ ହାଇଟେକ ପ୍ଲାଜା ଆପାର୍ଟ ମେଣ୍ଟରେ ଥିବା ଫ୍ଲାଟନମ୍ବର ଈ/୪, ପାଲଲହଡ଼ା ଉଦୟ ବିହାରରେ ଥିବା ଭଡାଘର, ନିମାପଡାରେ ଥିବା ଆଉ ଏକ ତିନି ମହଲା ଘରେ ବି ଚଢାଉ ହୋଇଛି । ଏହାସହ ତାଙ୍କ ବ୍ୟବସାୟିକ ପାର୍ଟନର ଓ ସମ୍ପର୍କୀୟଙ୍କ ଘରେ ବି ମାରାଥନ ରେଡ଼ କରୁଛି ଭିଜିଲାନ୍ସ । ରେଡ଼ରେ ସାମିଲ ଅଛନ୍ତି ୬ ଡ଼ିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ୨୨ ଜଣ ଷ୍ଟାଫ ।




admin 