ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି ସୁପରଭାଇଜର

ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି ସୁପରଭାଇଜର

ନବରଙ୍ଗପୁର: ପିଲାଙ୍କ ଖେଳନା ବିଲ୍‌ କରାଇ ଦେବାକୁ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଓଉ ICDS ସୁପରଭାଇଜର। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅଞ୍ଚଳରେ।

କୋଷାଗୁମୁଡ଼ା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ୟ୍ୟାଳୟ ଅନ୍ତର୍ଗତ କୋଡ଼ିଙ୍ଗା ସେକ୍ଟର ସୁପରଭାଇଜର୍ ରାଜେଶ୍ୱରୀ ରାଜକୁମାରୀ ନାଗଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ସେକ୍ଟର ଅଧୀନରେ ଥିବା ବନ୍ଦୀଗୁଡ଼ା ସେଣ୍ଟରର ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଗତ ୩ ମାସ (ମେ, ଜୁନ ଓ ଜୁଲାଇ)ର ଖେଳନା ବିଲ୍‌ କରିଦେବା ପାଇଁ ୫୪୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ନବରଙ୍ଗପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛି। ଏଥିସହ ସୁପରଭାଇଜର ରାଜେଶ୍ୱରୀ ରାଜକୁମାରୀ ନାଗଙ୍କର ଦୁଇଟି ଠିକଣାରେ ଚଢ଼ାଉ କରିଛି। ସୁପରଭାଇଜର ରାଜେଶ୍ୱରୀ ରାଜକୁମାରୀ ନାଗଙ୍କୁ ନବରଙ୍ଗପୁର ଭିଜିଲାନ୍ସ କାର୍ୟ୍ୟାଳୟରେ ପଚରାଉଚରା କରାଯାଇଛି।