ଶାନ୍ତି ବାର୍ତ୍ତା ଲାଗି ମୋଦୀଙ୍କୁ ୟୁକ୍ରେନ୍‌ର ଅନୁରୋଧ

ଶାନ୍ତି ବାର୍ତ୍ତା ଲାଗି ମୋଦୀଙ୍କୁ ୟୁକ୍ରେନ୍‌ର ଅନୁରୋଧ

 ନୂଆଦିଲ୍ଲୀ : ଭାରତକୁ ସହାୟତା ମାଗିଛି ଯୁଦ୍ଧରେ ବିଶେଷ ପ୍ରଭାବିତ ହୋଇଥିବା ୟୁକ୍ରେନ। ଗତ ମାସରେ ଜାପାନରେ ଅନୁଷ୍ଠିତ ଜି- ବୈଠକରେ ପିଏମ୍ ମୋଦିଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେଂସ୍କି ଏହା ପରେ ୟୁକ୍ରେନର ଆଶାର କିରଣ ଅଧିକ ବଢିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକମାତ୍ର ବ୍ୟକ୍ତି ଯିଏ କି ୟୁକ୍ରେନ ଋଷ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଅନ୍ତ ଘଟାଇ ପାରିବେ। ପିଏମ୍ ମୋଦି ହିଁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିପାରିବେ ବୋଲି ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି।

ଏହି କ୍ରମରେ ବୁଧବାର ପୁଣି ଫୋନ ଯୋଗେ କଥା ହୋଇଛନ୍ତି ୟୁକ୍ରେନ ଭାରତର ଦୁଇ ଅଧିକାରୀ ଜେଲେଂସ୍କିଙ୍କ ଘନିଷ୍ଠ ସହଯୋଗୀ ଏଣ୍ଡ୍ରି ୟରମକ୍, ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଭଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଶାନ୍ତି ବାର୍ତ୍ତାରେ ମଧ୍ୟସ୍ତତା କରିବାକୁ ଭାରତକୁ ଅପିଲ କରିଛି ୟୁକ୍ରେନ୍

ଅଜିତ ଡୋଭାଲ ଏଣ୍ଡ୍ରି ୟରମକ୍‌ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଚର୍ଚ୍ଚା ହୋଇଥିବା ବେଳେ ଜୁଲାଇ ମାସରେ ହେବାକୁ ଥିବା ବିଶ୍ବ ଶାନ୍ତି ଶିଖର ସମ୍ମୀଳନୀକୁ ନେଇ ଆଲୋଚନା ହୋଇଛି ୟୁକ୍ରେନ ଚାହୁଁଛି କି, ପିଏମ୍‌ ମୋଦି ମଧ୍ୟ ଏହି ବୈଠକରେ ଉପସ୍ଥିତ ରୁହନ୍ତୁ ରାଷ୍ଟ୍ରପତି ଭୋଲଦିମିର ଜେଲେଂସ୍କି ଶାନ୍ତି ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନ ମାଗିଛନ୍ତି ମୋଦିଙ୍କ ହସ୍ତକ୍ଷେପ ପରେ ୟୁକ୍ରେନ ଋଷ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବାର ଯଥେଷ୍ଟ ସମ୍ଭାବନା ରହିଛି

ମେରେ ଗୋଆରେ ହୋଇଥିବା ଜି-୨୦ ବୈଠକରେ ମଧ୍ୟ ଅନେକ ଦେଶର ବିଦେଶ ମନ୍ତ୍ରୀ ଭାଗ ନେଇଥିଲେ ସେତେବେଳେ ମଧ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଥିଲା ଗତ ବର୍ଷ ମଧ୍ୟ ପିଏମ୍‌ ମୋଦି ଜେଲେଂସ୍କି ମଧ୍ୟରେ ଫୋନ ଯୋଗେ ଆଲୋଚନା ହୋଇଥିଲା ସେତେବେଳେ ଭାରତ କହିଥିଲା କି, କୂଟନୀତି ଆଲୋଚନା ମାଧ୍ୟମରେ ବିବାଦର ଅନ୍ତ ଘଟିପାରିବ