ବାର୍‌ହା ଆକ୍ରମଣରେ ୩ ଗୁରୁତର

ବାର୍‌ହା ଆକ୍ରମଣରେ ୩ ଗୁରୁତର

ଝାରସୁଗୁଡା: ଜଙ୍ଗଲୀ ବାରହା ଆକ୍ରମଣରେ ଗୁରୁତର ହୋଇଛନ୍ତି ୩। ବାର୍‌ହାଟି ଜଣଙ୍କ ଘରେ ପଶି ଶୋଇଥିବା ଅବସ୍ଥାରେ ମା, ଝିଅ ପୁଅକୁ ଆକ୍ରମଣ କରିଥିବାରୁ ସମସ୍ତେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଝାରସୁଗୁଡ଼ା ସହରର ସ୍ଥିତ କାପୁମାଲଠାରେ। ଗୁରୁତରମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଅକୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ମା ଝିଅ ଏବେ ବି ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଆହତମାନେ ହେଲେ ଗୌରୀ ନାଏକ, ବିମଳା ନାଏକ ବିମଳାଙ୍କ ଭାଇ।
ଆଜି ସକାଳ ସମୟରେ ଘରର କବାଟ ଖୋଲା ଥିବାରୁ କୁକୁରମାନେ ବାରହାକୁ ରାସ୍ତାରେ ଦେଖି ଦୌଡ଼ାଇବାରୁ ଉକ୍ତ ବାରହା ଘରକୁ ପଶି ଯାଇଥିଲା ଆକ୍ରମଣ କରିଛି। ପରେ ସ୍ଥାନୀୟ ଲୋକେ ପିଟିପିଟି ବାରହାକୁ ମାରି ଦେଇଛନ୍ତି। ସେପଟେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ବାରହା ଶବ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।