ପକ୍ଷୀ ମାରି ଭିଡିଓ କରିଥିଲେ ଭାଇରାଲ୍, ତାପରେ
ପଟ୍ଟାମୁଣ୍ଡାଇ: ପକ୍ଷୀକୁ ମାରି ତାର ଭିଡିଓ ଭାଇରାଲ କରିବା ଜଣେ ଯୁବକଙ୍କ ଲାଗି ଭାରି ପଡ଼ିଛି। ଏହି ଭିଡିଓକୁ ଯୁବକ ଜଣକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହା ଜାଣିବା ପରେ ବନ ବିଭାଗ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି। ରାଜକନିକା ଅଞ୍ଚଳର ଯୁବକଙ୍କୁ ଗିରଫ କରିଛି ବନ ବିଭାଗ ।
ଚିଙ୍ଗୁଡି ଘେରିରୁ ଚିଙ୍ଗୁଡି ଖାଇବାରୁ ମାଛରଙ୍କାକୁ ମାରିଥିଲା ଯୁବକ ।ମାଛରଙ୍କା ପକ୍ଷୀକୁ ଅତି ନିର୍ଦ୍ଦୟ ଭାବରେ ଥଣ୍ଟକୁ ଧରି ମାରିଥିଲା ।
ପରେ ମରିବାର ଭିଡିଓ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲା ।




user2 