‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

 ଭୁବନେଶ୍ୱର: ଗୁଜୁରାଟ ତଟ ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନର ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ଗତ ଘଣ୍ଟା ହେବ ବାତ୍ୟା ଘଣ୍ଟା ପ୍ରତି କିଲୋମିଟର ବେଗରେ ଗତି କରୁଛି ଏବେ ବାତ୍ୟା ଗୁଜରାଟର ଜଖଉ ପୋର୍ଟଠାରୁ ୧୮୦, ଦେବଭୂମି ଦ୍ୱାରକାଠାରୁ ୨୧୦ କରାଚିଠାରୁ ୨୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।ସଂଧ୍ୟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୧୫ରୁ ୧୨୫ କିଲୋମିଟର ରହିଥିବ ସ୍ଥଳ ବିଶେଷରେ ୧୪୦ କିଲୋମିଟର ବେଗରେ ପବନ ବହିପାରେ ସ୍ୱରାଷ୍ଟ୍ର କଚ୍ଛ ଉପକୂଳରେ ରେର୍ଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ
ବାତ୍ୟା ପାଇଁ ଗୁଜରାଟର ଜିଲ୍ଲାର ତଳିଆ ଅଞ୍ଚଳରୁ ୭୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଗୁଜରାଟରେ ଏହାର ଭୀଷଣ ପ୍ରଭାବ ଦେଖିବାକୁ ମିଳିଛି ପ୍ରବଳ ବର୍ଷା ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି କଚ୍ଛ, ଦ୍ୱାରକା, ରାଜକୋଟ, ଜାମନଗର ଏବଂ ପୋରବନ୍ଦରରେ ୧୭ ଏନଡିଆରଏଫ୍ ଏବଂ ୧୨ ଏସଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି ରସକ୍ୟୁ ଅପରେସନ ପାଇଁ ୧୮ ପ୍ଲାର୍ଟୁନ ଏନଡିଆରଏଫ ଟିମ ସହ ବିଏସଏଫ ବାୟୁସେନାର ହେଲିକ୍ୟାପ୍ଟର ମୁତୟନ କରାଯାଇଛି ବାତ୍ୟା ଲାଗି ରାଜ୍ୟ ସରକାର ସଜାଗ ରହିଛନ୍ତି। ସରକାରୀ ଅଧିକାରୀ ଓ ନେତାମାନଙ୍କ ମଧ୍ୟରେ ହାଇଲେଭେଲ୍‌ ମିଟିଂ ଜାରି ରହିଛି।