ଅନ୍ଧୁଣି ମାକୁ ହତ୍ୟାକଲେ ଦୁଇ ପୁଅ

ଅନ୍ଧୁଣି ମା କୁ ଛୁରା ରେ ଭୁସି ହତ୍ୟାକଲେ ଦୁଇ ପୁଅ । ପ୍ରମାଣ ନଷ୍ଟ କରିବା ପାଇଁ ସ୍ପଟକୁ ପାଣି ଢାଳି ଧୋଇଦେବାକୁ କଲେ ଉଦ୍ୟମ । ଘଟଣା ଜଣାପଡିବା ପରେ ଦୁହେଁ ଘଟଣା ସ୍ଥଳ ରୁ ମାରିଲେ ଚମ୍ପଟ । କଟକ ମହାନଦୀ ବିହାର ରେ ଆଜି ସକାଳୁ ଘଟିଛି ଏହି ଅଭାବନୀୟ ଘଟଣା । ୭୧୪ ନମ୍ବର ପ୍ଲଟ ରେ ଦୁଇ ପୁଅ ଅନୁରାଗ ଓ଼ ଅଂଶୁମାନ ଙ୍କ ସାହିତ ରହୁଥିବା ଅନିମା ମହାନ୍ତି ଙ୍କ ଚିତ୍କାର ଶୁଣିଥିଲେ ପଡୋଶୀ, କେହି କିଛି ବୁଝିବା ପୂର୍ବ ରୁ ସବୁକିଛି ଶେଷ ହୋଇଯାଇଥିଲା । ତୁରନ୍ତ ପୋଲିସ କୁ ଖବର ଦିଆଯିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଚାଉଳିଆଗଞ୍ଜ ପୋଲିସ ସବ ଉଦ୍ଧାର କରିଛି । ଏଥି ସହିତ ଘର ନିକଟ ଅଳିଆ ଗଦା ରୁ ଦୁଇଟି ଛୁରୀ ଓ଼ ବଡ ପୁଅ କୁ ଧରିଛି ପୋଲିସ । ଫରେନସିକ ଟିମ ମଧ୍ୟ ତାର ତଦନ୍ତ କରିବା ସହିତ ପ୍ରମାଣ ସଂଗ୍ରହ କରିଛି ।
ଘଟଣା କୁ ନେଇ ସାରା ମହାନଦୀ ବିହାର ଅଞ୍ଚଳ ରେ ଆଲୋଡନ ଖେଳିଯାଇଛି । ସମସ୍ତ ଙ୍କ ମନ ରେ ଗୋଟିଏ ପ୍ରଶ୍ନ କାହିଁକି ଦୁଇ ପୁଅ ଵୃଦ୍ଧା ମା ସହିତ ଏମିତି କାଣ୍ଡ କଲେ । ପ୍ରାୟ ୨/୩ ବର୍ଷ ତଳେ ଅନିମା ଦେବି ଙ୍କ ସ୍ୱାମୀ ଓ଼ ଏହା ପୂର୍ବରୁ ତାଙ୍କ ବଡ଼ ଝିଅ ଙ୍କ ମୃତ୍ୟୁ ହୋଇଥିଲା । ଦୁଇ ପୁଅ ସହିତ ସେ ରହୁଥିଲେ,ତେବେ ଦୁଇ ପୁଅ ଙ୍କ ମାନସିକ ଅବସ୍ଥା ସ୍ଥିର ରହୁନଥିବା ଓ଼ ସେମାନଙ୍କ ଆବଭାବ ଠିକଠାକ ରହୁନଥିବାରୁ ଅନିମା ଦେବି ସମ୍ପର୍କୀୟ ଘରେ ରହୁଥିଲେ । ଗତ କିଛି ଦିନ ହେବ ସେ ଆସିଥିଲେ, ଗତକାଲି ମଧ୍ୟ ଦୁଇ ପୁଅ ତାଙ୍କୁ ନେଇ ଅଟୋ ରେ କେଉଁଆଡେ ଯାଇଥିଲେ । ରହୁ ଥିବା ଘରକୁ ମଧ୍ୟ ସେମାନେ ପୁରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ କୁ ଦାନ କରିଦେଇଥିଲେ । ସମସ୍ତ ଆସାବାପତ୍ର କବାଡିଆ କୁ ଡାକି ଦେଇଦେଇଥିଲେ । ଏସବୁ ସେମାନେ କାହିଁକି କରୁଥିଲେ ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡା ହୋଇଛି । ସମ୍ପକୀୟ ମଧ୍ୟ ଘଟଣାକୁ ନେଇ ହତବାକ ହୋଇପଡିଛନ୍ତି ।
ଦଶ ମାସ ଦଶ ଦିନ ଗର୍ଭ ରେ ରଖିବାର ଉଚିତ୍ ମୂଲ୍ୟ ଦେଲା ପୁଅ, ମାଆ କୁ ନୃଶଂସ ଭାବରେ ହତ୍ୟା କରିବାର କାରଣ ପୁଅ ର ପାଗଳାମି ନାଁ ପାରିବାରିକ କଳହ। ଯାହାର କାରଣ ଖୋଜୁଛି କମିଶନରେଟ ପୋଲିସ।