ଭଗବାନ ବିଷ୍ଣୁଙ୍କ ପୂଜା ତୁଳସୀ ବିନା ଅସମ୍ପୂର୍ଣ୍ଣ
ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ପୂଜାର୍ଚ୍ଚନା କରାଯାଏ। ଭଗବାନ ବିଷ୍ଣୁଙ୍କ ପୂଜା ତୁଳସୀ ବିନା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ। ପ୍ରତ୍ୟେକ ଘରର ଅଗଣାରେ ତୁଳସୀ ବୃକ୍ଷ ଶୋଭା ପାଏ। ପ୍ରତ୍ୟେକ ଦିନ ପୂଜା ମଧ୍ୟ କରାଯାଏ। ତୁଳସୀଙ୍କ ନିକଟରେ ସନ୍ଧ୍ୟା ସମୟରେ ଦୀପ ଲଗାଇଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ,ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି।
ପ୍ରତ୍ୟେକ ମାସରେ ୨ଟି ଏକାଦଶୀ ପଡିଥାଏ। ଏହିଦିନରେ ତୁଳସୀଙ୍କୁ ଶଙ୍ଖା,ସିନ୍ଦୂର ଆଦି ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ପ୍ରତ୍ୟେକ ପଞ୍ଚମୀ ତିଥିରେ ତୁଳସୀଙ୍କ ନିକଟରେ ଜଳ ସହ ଆଖୁ ରସ ଅର୍ପଣ କରନ୍ତୁ। ଏହାଦ୍ୱାରା ଧନସମ୍ପତ୍ତି,ସୁଖସମୃଦ୍ଧିରେ ବୃଦ୍ଧି ହୋଇଥାଏ।
ଶାସ୍ତ୍ର ଅନୁଯାୟୀ, ଗୁରୁବାର ଓ ଶୁକ୍ରବାର ତୁଳସୀଙ୍କ ନିକଟରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଏହାଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ। କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ। ଏହି ଦିନ ତୁଳସୀଙ୍କୁ ଲାଲ ରେଶମୀ ସୂତା ବାନ୍ଧନ୍ତୁ। ନିୟମିତ ତୁଳସୀଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଜୀବନରେ ହସଖୁସି ଭରିବା ସହ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଦୁଃଶ୍ଚିନ୍ତା ଦୂର ହୋଇଥାଏ। ନିୟମିତ ସନ୍ଧ୍ୟା ସମୟରେ ଘିଅର ଦୀପ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।




admin 