କାର୍ତ୍ତିର୍କ ମାସରେ ତୁଳସୀଙ୍କ ମହିମା

କାର୍ତ୍ତିର୍କ ମାସରେ ତୁଳସୀଙ୍କ ମହିମା

କାର୍ତ୍ତିକ ମାସରେ ପ୍ରତିଦିନ ସକାଳୁ ଉଠି ସ୍ନାନ କରନ୍ତୁ  । ଏହାପରେ ଶୁଦ୍ଧବସ୍ତ୍ର ପିନ୍ଧି ଏକ ଲୋଟାରେ ସ୍ୱଛଜଳ ଭରି ତୁଳସୀବୃକ୍ଷ ମୂଳରେ ଧୀରେ ଧୀରେ ଜଳ ଅର୍ପଣ କରନ୍ତୁ ।
ମନେ ରଖନ୍ତୁ ପ୍ରଥମେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଓ ଏହା ପରେ ତୁଳସୀଙ୍କୁ ଅର୍ପଣ କରନ୍ତୁ ,
ତୁଳସୀ ଲଗାଇଥିବା ଅଭଡା କୁଡୁଆ କିମ୍ବା ଚଉରାରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ  । ଆପଣ ଚାହିଁଲେ ତୁଳସୀ ଚଉରା ମୂଳରେ ମୁରୂଜ ପକାଇ ପାରିବେ  ।
ତୁଳସୀ ବୃକ୍ଷରେ ଫୁଲ, ସିନ୍ଦୁର, ଅରୁଆ ଚାଉଳ, ଓଢଣୀ ଆଦି ଚଢାନ୍ତୁ  । ତୁଳସୀଙ୍କୁ ସର୍ବଦା ସବୁଜ ରଙ୍ଗର ଚୁଡି ଓ ସବୁଜ ରଙ୍ଗର ଓଢଣୀ ଅର୍ପଣ କରନ୍ତୁ  । କାରଣ ତୁଳସୀ ବୁଧ ଗ୍ରହର ପ୍ରତିନିଧିତ୍ୱ କରିଥାନ୍ତି  ।
ନିୟମିତ ତୁଳସୀ ଚଉରା ପରିକ୍ରମା କରିବାର ବିଧି ରହିଛି  । କିନ୍ତୁ ଯଦି ଆପଣ ପ୍ରତିଦିନ ଏପରି କରିପାରୁ ନାହାନ୍ତି ତେବେ କେବଳ କାର୍ତ୍ତିକମାସରେ ପ୍ରତିଦିନ ୩ ଥର ନିଶ୍ଚୟ ତୁଳସୀ ବୃକ୍ଷ ଚାରିପଟେ ପରିକ୍ରମା କରନ୍ତୁ  ।
ସନ୍ଧ୍ୟାରେ ଘିଅର ଦୀପ ଓ ଧୂପ ଲଗାଇ(ଶ୍ରୀଂ ହିଂ କ୍ଲିଂ ଏଂ ବୃନ୍ଦାବନ୍ୟେ ସ୍ୱାହା) ଏହି ମନ୍ତ୍ର ଜପ କରନ୍ତୁ ଓ ବିଧିବଦ୍ଧ ଭାବରେ ଆରତୀ କରନ୍ତୁ  । ରବିବାର ଦିନ ତୁଳସୀ ବୃକ୍ଷ ଛୁଅନ୍ତୁ ନାହିଁ  । 
କାର୍ତ୍ତିକମାସରେ ସ୍ନାନ ଦାନ ସହିତ ଧ୍ୟାନ ଜପର ବିଶେଷ ମହତ୍ୱ ରହିଛି  । ଏହି ମାସରେ ଭଗବାନ ବିଷ୍ଣୁଙ୍କ ସହିତ ମାତା ତୁଳସୀଙ୍କୁ ପୂଜା କରିବା ଶୁଭ ମନେ କରାଯାଏ  ।
ମାନ୍ୟତା ରହିଛି ଏହି ମାସରେ ବିଧି ଅନୁସାରେ ପ୍ରତିଦିନ ତୁଳସୀଙ୍କ ପୂଜା କଲେ ଘରେ ସୁଖ ଶାନ୍ତି ବଜାୟ ରହିଥାଏ  । ହିନ୍ଦୁ ଧର୍ମରେ ତୁଳସୀକୁ ଏକ ପବିତ୍ର ବୃକ୍ଷ ଭାବରେ ଗ୍ରହଣ କରାଯାଏ  । ପ୍ରତି ଘରେ ଏହି ବୃକ୍ଷ ରହିଛି ଓ ନିୟମିତ ଏହି ବୃକ୍ଷ ନିକଟରେ ପୂଜା ମଧ୍ୟ କରାଯାଏ  । କିନ୍ତୁ କାର୍ତ୍ତିକ ମାସରେ ଏହି ବୃକ୍ଷର ମହତ୍ୱ ବଢିଯାଏ  । କାର୍ତ୍ତିକ ଅମାବାସ୍ୟାରେ ତୁଳସୀଙ୍କ ଜନ୍ମ ହୋଇଥିଲା  । ଏହି କାରଣରୁ କାର୍ତ୍ତିକ ମାସ ତୁଳସୀଙ୍କୁ ସମର୍ପିତ  ।
ତୁଳସୀ ଦେବୀ ଲକ୍ଷ୍ମୀଙ୍କର ମଧ୍ୟ ସ୍ୱରୂପ ଓ ଏହି ମାସରେ ସମସ୍ତ ପର୍ବରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ଆରାଧନା କରାଯାଏ  । ଭଗବାନ ବିଷ୍ଣୁଙ୍କର ତୁଳସୀ ବହୁତ ପ୍ରିୟ  । ଏହି କାରଣରୁ କାର୍ତ୍ତିକ ମାସରେ ଶାଳଗ୍ରାମ ରୂପରେ ଭଗବାନ ବିଷ୍ଣୁ ଓ ତୁଳସୀଙ୍କ ବିବାହ ସଂପନ୍ନ କରାଯାଏ  । ଏହି ମାସରେ ବିଧିବଦ୍ଧ ଭାବରେ ତୁଳସୀଙ୍କ ପୂଜା କରିବା ଦ୍ୱାରା ଦୁଃଖ ଦୁ୍ର୍ଦ୍ଧଶାରୁ ମୁକ୍ତି ମିଳିଥାଏ  ।