ବାଇଗଣୀ ରଙ୍ଗର ବିଲାତି,ବଢାଇଥାଏ ରୋଗପ୍ରତିରୋଧକ ଶକ୍ତି
ଏକ ନୂତନ ଜେନେଟିକ୍ ରୂପାନ୍ତରିତ ବାଇଗଣୀ ବିଲାତି ବର୍ତ୍ତମାନ ଆମେରିକା ବଜାରରେ ବିକ୍ରି ପାଇଁ ଉପଲବ୍ଧ। ଏଭଳି ରଙ୍ଗିନ୍ ବିଲାତି ସୃଷ୍ଟି କରିବା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ତାଲିମ ପ୍ରାପ୍ତ ବାୟୋକେମିଷ୍ଟ କ୍ୟାଥି ମାର୍ଟିନ୍। ଏକ ଫୁଲରୁ ଜିନ୍ ନେଇ ଏହି ବାଇଗଣୀ ବିଲାତି ବିକାଶ କରିବାରେ ତାଙ୍କୁ କୋଡିଏ ବର୍ଷ ସମୟ ଲାଗିଲା। ଆଣ୍ଟୋସିୟାନିନରେ ଭରପୂର ଏହି ବିଲାତି ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ କର୍କଟରୋଧୀ ଭାବେ ଶକ୍ତି ଯୋଗାଇଥାଏ। ଥଣ୍ଡା ଜଳବାୟୁରେ ଭଲଭାବେ ବଢ଼ିପାରୁଥିବା ବାଇଗଣୀ ବିଲାତିକୁ କଞ୍ଚା ଖାଇଲେ ଦେହ ପାଇଁ ହିତକାରୀ ବୋଲି କହିଛନ୍ତି କ୍ୟାଥି। ପ୍ରଥମେ ଆମେରିକା, ପରେ ୟୁରୋପ ବଜାରରେ ଏହି ବିଲାତି ବିକ୍ରି କରାଯିବାକୁ ସ୍ଥିର ହୋଇଛି।




admin 