ମହାବଳ ବାଘ ଆକ୍ରମଣରେ ବୃଦ୍ଧା ମୃତ
ନୂଆପଡ଼ା :ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଜଳମଡ଼େଇ ଗାଁରେ ଘର ନିକଟରୁ ବୃଦ୍ଧାଙ୍କୁ ଟାଣି ନେଲା ମହାବଳ ବାଘ। ମହାବଳ ବାଘ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଲେ ସାନମତି ବାରିକ। ତାଙ୍କୁ ୬୫ ବର୍ଷ ହୋଇଥିଲା।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ସାନମତିଙ୍କୁ ଘର ପାଖରୁ ମହାବଳ ବାଘ ଟାଣି ନେଇଥିଲା। ବୃଦ୍ଧାଜଣଙ୍କ ଚିତ୍କାର କରିବାକୁ ଗ୍ରାମବାସୀ ଦୌଡ଼ି ଆସିଥିଲା। ସ୍ଥାନୀୟ ଲୋକେ ବାଘକୁ ଠେଙ୍ଗା ବାଡ଼ି ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ବାଘଟି ଭୟଭୀତ ହୋଇ ସାନମତିଙ୍କୁ ଅଧା ଖାଇ ଜଙ୍ଗଲକୁ ଦୌଡ଼ି ପଳାଇଥିଲା।
ସ୍ଥାନୀୟ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।




admin 