ପାଣିରେ ରହିବେ ଶହେ ଦିନ
ନୂଆଦିଲ୍ଲୀ : କିଛି ଲେକ ଏମିତି ବି ଅଛନ୍ତି ଯେଉଁମାନେ ଅଜବ ଏକ୍ସପରିମେଣ୍ଟ କରିବା ପାଇଁ ନିଆରା କାମ କରିଥାନ୍ତି । ଏପରି ଏକ ଅଦ୍ଭୃତ ଚ୍ୟାଲେଞ୍ଜ କରିଛନ୍ତି ଦକ୍ଷିଣ ଫ୍ଲୋରିଡ଼ାର ଜଣେ ବ୍ୟକ୍ତି ଯିଏ କି ୧୦୦ ଦିନ ପାଣି ଭିତରେ ରହିବେ । ସେ ପେଶାରେ ଜଣେ ଅବସର ପ୍ରାପ୍ତ ଆମେରିକୀୟ ନୈାସେନା କମାଣ୍ଡରୁ ପ୍ରଫେସର ହୋଇଛନ୍ତି । ମାର୍ଚ୍ଚ ୧ରୁ ସେ ତାଙ୍କର ଏହି ଅଭିଯାନ ଆରମ୍ଭ କରିଦେଇଛନ୍ତି । ସମୁଦ୍ର ଭିତରେ ପ୍ରାୟ ୩ ମାସ ରହିବା ପାଇଁ ନିଜ ଆବାସ ପ୍ରସ୍ତୁତ କରିଛନ୍ତି ।
ସୋସିଆଲ ମିଡ଼ିଆରେ ସେ ଏହା ଉପରେ ସେ ପୋଷ୍ଟ କରିଛନ୍ତି । ୩ ମାସ ପାଣି ଭିତରେ ରହି କିପରି ବାତାବରଣ ରହିଛି କିମ୍ବା ଆବଶ୍ୟକ ତାହା ଜାଣିବାକୁ ସେ ଉଦ୍ୟମ କରୁଛନ୍ତି । ସେ ୩୦ ଫୁଟ ଗଭୀର ପାଣିକୁ ଯାଇଛନ୍ତି । ଏହି ସମୟରେ ସେ ଏକୁଟିଆ ରହିବେ । ଏହି ପ୍ରୋଜେକ୍ଟର ନାମ ‘ନେପଚ୍ୟୁନ୍ - ୧୦୦’ ଦେଇଛନ୍ତି । ଯଦି ଏହି ମିଶନ ସଫଳ ହୁଏ ତେବେ ଡ଼ିଟୁରି ସବୁଠୁ ଅଧିକ ସମୟ ପାଣିତଳେ ରହିବା ଏବଂ ସ୍ଥଳଭାଗ ଅନୁଭୂତ ହେଉଥିବା ବାୟୁମଣ୍ଡଳ ଚାପର ୧.୬ ଗୁଣା ଅଧିକ ଚାପ ସହିବାରେ ରେକଡର଼୍ କରିବେ ।




admin 