ରାସନ କାର୍ଡରେ ରହିଛି ସମସ୍ୟା, ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ରାସନ କାର୍ଡରେ ରହିଛି ସମସ୍ୟା, ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ସମସ୍ୟା କଥା ଜଣାଇବା ପାଇଁ ଶତାଧିକ ଜନସାଧାରଣ  ଅଭିଯୋଗ ଶିବିରକୁ ଆସିଥିଲେ । ତେବେ ବ୍ଲକ କାର୍ଯ୍ଯାଳୟରୁ ମିଳିଥିବା ସୁଚନାରୁ ଜଣାପଡିଛି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀକୁ ବିଭିନ୍ନ ସମସ୍ୟା ନେଇ ପ୍ରାୟ 600 ଟି ଅଭିଯୋଗ ଆସିଥିଲା । ମୁଖ୍ଯତଃ  ଅଭିଯୋଗ ପ୍ରଧାନମନ୍ତ୍ରୀ ଆବାସ ଏବଂ ରାସନ କାର୍ଡ ସମ୍ବନ୍ଧିତ ଥିବା ଜଣାପଡିଛି, ବ୍ଲକର ବହୁ ଯୋଗ୍ୟ ହିତାଧିକାରୀ ବ୍ଲକ କାର୍ଯ୍ଯାଳୟ ଦ୍ବାରା ପ୍ରକାଶ ପାଇଥିବା ହିତାଧିକାରୀ ତାଲିକାରେ ନାମ ନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ, ତେବେ ତାଲିକାରେ ନାମ ନଥିବା ହିତାଧିକାରୀଙ୍କ ନାମ  ସରକାରଙ୍କ  ନିର୍ଦ୍ଦେଶ ମିଳିଲେ ତଦନ୍ତ କରାଯାଇ ପରେ ବିଚାର କରାଯିବ ବୋଲି ଜିଲ୍ଲାପାଳ  କହିଥିଲେ,ତେବେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଲିଷ୍ଟରେ ଥିବା ଅଭିଯୋଗ ଆସିଲେ ତଦନ୍ତ କରାଯାଇ ସେମାନଙ୍କୁ ବାଦ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି, ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ସମେତ,ଏସପି,ଜିଲ୍ଲା ପ୍ରକଳ୍ପ ନିର୍ଦେଶକ,ସିଡିଏମଓ,ପଞ୍ଚାୟତ ସମିତି ଅଧ୍ୟକ୍ଷା, ବିଡିଓ,ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ