କମ୍‌ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା

କମ୍‌ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା

ଘରେ ଥିବା ଅଳ୍ପ ସାମଗ୍ରୀରେ ଖୁବ୍‌ କମ୍‌ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ପ୍ରସ୍ତୁତ କରିବା ସେତେ ସହଜ । ଆସନ୍ତୁ ଜାଣି ରଖିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ: କ୍ଷୀର, ଚିନି, ମିଲ୍କ ପାଉଡର, ଘିଅ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ୍‌ରେ ଏକ କପ୍‌ କ୍ଷୀର ଗରମ କରନ୍ତୁ। କ୍ଷୀର ଫୁଟି ଆସିଲେ ସେଥିରେ କ୍ଷୀରର ଅଧା ପରିମାଣର ଚିନି ପକାନ୍ତୁ । ଏହାକୁ ଭଲ ଭାବେ ଗୋଳାନ୍ତୁ । ଏହାପରେ ସେଥିରେ ଏକ କପ୍‌ ମିଲ୍କ ପାଉଡର ପକାଇ ଭଲ ଭାବ ଗୋଳାନ୍ତୁ। ଏହା ଗାଢ଼ ହୋଇ ଆସିଲେ ସେଥିରେ କିଛି ଗୁଆ ଘିଅ ପକାଇ ଦିଅନ୍ତୁ।

ପରେ ଏହାକୁ ଏକ ପାତ୍ରକୁ ବାହାର କରି ଥଣ୍ଡା କରନ୍ତୁ। ଏହାପରେ ହାତରେ ଭଲ ଭାବେ ଚକଟି ଛୋଟ ଛୋଟ ଗୋଲ ସାଇଜର ମିଠା ଆକୃତିର କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଘର ତିଆରି ମିଠା।