ମୋବାଇଲ ପାଇଁ ବିଷ ପିଇଦେଲା ନାବାଳକ

ମୋବାଇଲ ପାଇଁ ବିଷ ପିଇଦେଲା ନାବାଳକ

କେନ୍ଦୁଝର: ସ୍କୁଲରୁ ଫେରି  ଘରେ ମୋବାଇଲ ଦେଖୁଥିଲା ପୁଅ। ମା’ ଆକଟ କରିବାରୁ ବିଷ ପିଇ ଦେଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବରଦାପାଳ ଗାଁରେ। ନାବାଳକ ଜଣଙ୍କ ଅଷ୍ଟମ ଶ୍ରେଣୀର ଛାତ୍ର। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ସ୍କଲରୁ ଫେରି ପୁଅ ମୋବାଇଲ ଦେଖୁଥିଲା। କାହିଁକି ମୋବାଇଲ ଦେଖୁଛୁ, ପାଠ ପଢ଼ ବୋଲି ମା’ ଆକଟ କରିଥିଲା। ଏଥିପାଇଁ ପୁଅ ରାଗିଯାଇ ବିଷ ପିଇ ଦେଇଥିଲା। ପରିବାର ଲୋକେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।