ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଆତ୍ମହତ୍ୟା ଉଦ୍ୟମ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ସମୟରେ ପୁଲିସ ପହଞ୍ଚି ସମ୍ପୃକ୍ତ ମହିଳାଙ୍କୁ ଆତ୍ମହତ୍ୟାରୁ ନିବୃତ ରଖିବା ସହ ପିସିଆର ଭ୍ୟାନରେ ଉଠେଇ ନେଇଛି। ସମ୍ପୃକ୍ତ ମହିଳାଙ୍କ ଠାରୁ କିରୋସିନ, ଏକ ଦିଆସିଲି ଓ ବିଷ ବୋତଲ ପୁଲିସ ଜବତ କରିଛି।
ସୂଚନାନୁଯାୟୀ, ମହିଳା ଜଣଙ୍କ ହେଉଛନ୍ତି ଢେଙ୍କାନାଳ ସଦର ଥାନା ବଳରାମପୁର ଗ୍ରାମର ଶ୍ରୀକାନ୍ତ ଜେନାଙ୍କ ପତ୍ନୀ କମଳା ଜେନା। ତାଙ୍କର ପଡୋଶୀ ବ୍ୟକ୍ତିଙ୍କ ସହ ଜମିବାଡ଼ିକୁ ନେଇ ବିବାଦ ହୋଇଥିଲା। ଏହାକୁ ନେଇ ତାଙ୍କୁ ମଧ୍ୟ୍ୟ ଆକ୍ରମଣ ହୋଇଥିଲା। ଏ ସମ୍ପର୍କରେ ମହିଳା ଜଣଙ୍କ ପୁଲିସରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଏନେଇ ପଦକ୍ଷେପ ନେବା ପରିବର୍ତ୍ତେ ପାଲଟା ଗାଳିଗୁଲଜ କରୁଥିବା ସେ ଅଭିଯୋଗ କରିଛନ୍ତି। ଗତ ସୋମବାର ମହିଳା ଜଣଙ୍କ ଉପଜିଲ୍ଲାପାଳଙ୍କ କାର୍ୟାଳୟରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରି ନିରାଶ ହୋଇଥିଲେ। ଏହାର ପ୍ରତିବାଦରେ ମହିଳା ଜଣଙ୍କ ଶୁକ୍ରବାର ମଧ୍ୟାହ୍ନରେ ଜିଲ୍ଲା କାର୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କିଛି ସମୟ ଧାରଣାରେ ବସିବା ସହ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଏତିକି ବେଳେ ଟାଉନ ଥାନା ପୁଲିସ ପହଞ୍ଚି ମହିଳାଙ୍କୁ ଏଥିରୁ ବିରତ ରଖିବା ସହ ଥାନାକୁ ନେଇ ଯାଇଛି।




admin 