ରଙ୍ଗେଇଲୁଣ୍ଡା ବିମାନବନ୍ଦର ପରିଦର୍ଶନ କଲେ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ

ରଙ୍ଗେଇଲୁଣ୍ଡା ବିମାନବନ୍ଦର ପରିଦର୍ଶନ କଲେ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ

ଗୋପାଳପୁର : ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ରଙ୍ଗେଇଲୁଣ୍ଡା ବିମାନବନ୍ଦର ପରିଦର୍ଶନରେ ଆସି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରମୁଖ ସଚିବ, ୧ ଘଣ୍ଟା ଧରି ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ନିର୍ମାଣ ଚାଲିଥିବା ଟର୍ମିନାଲକୁ ବୁଲି ଦେଖିବା ସହ ରନୱେ ବୁଲି ଦେଖି ଅଧିକାରୀଙ୍କ ସହ ଆଲୋଚନା କରି ଫେରିଛନ୍ତି।

ଚିଫ୍ ଇଞ୍ଜିନିୟର ତାରାକାନ୍ତ ମିଶ୍ର, ପୂର୍ତ୍ତ ବିଭାଗର ଏସସିଇ ତପନ ପାଣିଗ୍ରାହୀ, ପିଡି ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ, ବ୍ରହ୍ମପୁର ଏସପି ଶ୍ରବଣ ବିବେକ, କନିଶି ତହସିଲଦାର ପ୍ରଳୟା ନନ୍ଦ ଶତପଥୀ, ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ୱଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।