ସାମ୍ନାକୁ ଆସିଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ଶେଷ ଚାଟ

ସାମ୍ନାକୁ ଆସିଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ଶେଷ ଚାଟ

ଭୁବନେଶ୍ୱର: ମ୍ନାକୁ ଆସିଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ଶେଷ ଚାଟ୍ । ମାଆଙ୍କ ସହ କଥା ହୋଇଛନ୍ତି ଚିନ୍ମୟୀ । ସମାବର୍ତନ ଉତ୍ସବରେ ସାମିଲ ହେବା ପରେ କଥା ହୋଇଛନ୍ତି ଚିନ୍ମୟୀ । ସମାବର୍ତନ ଉତ୍ସବର କିଛି ଫଟୋ ପ୍ରୀତିମାନଙ୍କୁ ପଠାଇଥିଲେ ଚିନ୍ମୟ । ରାତି ୯ଟାରେ ସେ ବସରେ ଘରକୁ ଆସିଥାନ୍ତେ । ଏହା ପୂର୍ବରୁ ସଂଧ୍ୟାରେ ମାଆଙ୍କ ସହ ଚିନ୍ମୟୀ କଥା ହୋଇଛନ୍ତି । ରାତି ୯ଟାରେ ସୁଭଶ୍ରୀ ବସର ୮ ନମ୍ବର ସ୍ଲିପରରେ ବସି ଘରକୁ ଆସିଥାନ୍ତେ ବୋଲି ଲେଖିଛନ୍ତି ଚିନ୍ମୟୀ । ହେଲେ ରାତିରେ ତାଙ୍କ ମାଆ ଯେତେବେଳେ ଫୋନ୍ କରିଥିଲେ ତାଙ୍କ ତଣ୍ଟି ଚିପି ହେବା ଭଳି ଲାଗୁଥିବା କହିଛନ୍ତି ତାଙ୍କ ମାଆ ।

ସେପଟେ, ଚିନ୍ମୟୀ ଆତ୍ମହତ୍ୟା କରିନାହାନ୍ତି, ବରଂ ହତ୍ୟା କରାଯାଇଛି ବୋଲି ତାଙ୍କ ମାଆ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଆଧାରରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କ ସମେତ ୨ ଜଣଙ୍କ ନାଁରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।