ମନ୍ଦ ଉଦ୍ଦେଶ୍ୟ ରଖି କାମରେ ଅବହେଳା କରିଲେ କାର୍ଯ୍ୟାନୁଷ୍ଠାନ

ମନ୍ଦ ଉଦ୍ଦେଶ୍ୟ ରଖି କାମରେ ଅବହେଳା କରିଲେ କାର୍ଯ୍ୟାନୁଷ୍ଠାନ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଚାନକ ସବ୍ ରେଜଷ୍ଟ୍ରର ଅଫିସ ଗସ୍ତ । ସମ୍ବଲପୁର ଗସ୍ତ ସମୟରେ ମନ୍ତ୍ରୀ ମଙ୍ଗଳବାର ସରପ୍ରାଇଜ୍ ଭିଜିଟ୍ କରିଛନ୍ତି । ହଟାତ୍ କାଯ୍ୟାଳୟରେ ପହଂଚି କର୍ମଚାରୀ ଓ ଅଧିକାରୀଙ୍କୁ କିଏ କେଉଁ ଦାୟିତ୍ୱରେ ଅଛନ୍ତି ବୋଲି ପଚାରି ବୁଝିଥିଲେ । ଏହା ସହ ସାଧାରଣ ଲୋକଙ୍କୁ ଉତମ ସେବା ସହ ଲାଂଚ ନେବାରୁ ନିବୃତ ରହିବାକୁ ମଧ୍ୟ ତାଗିଦ୍ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସେ ଆହୁରି କହିଥିଲେ ଯେ ସହରାଚଂଳରେ ପ୍ଲଟ୍ ବିକ୍ରି ବନ୍ଦ ଥିବା ଯୋଗୁଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ତାଙ୍କ ପାଖକୁ ଅଭିଯୋଗ ଆସିଛି । ଏଥି ପାଇଁ ମନ୍ତ୍ରୀ ଡିଏସଆର, ଜିଲ୍ଲାପାଳ ଓ ଏସଡିଏଙ୍କୁ ମିଶି ଏହି ସମସ୍ୟାର ସମାଧାନ କରିବା ପାଇଁ ସେ ନିର୍ଦେଶ ଦେଇଛନ୍ତି । ଏହା ସହ କାମ ନ ଥାଇ ସବୁବେଳେ ଅଫିସକୁ ଆସିଲେ ଦଲାଲ କୁହାଯିବ, ଏପିରିକି ସେହି ଲୋକଙ୍କ ଫଟୋ ଚିହନ୍ଟ କରି ଅଫିସ କାନ୍ଥରେ ଲଗାଯିବ ବୋଲି ସେ କହିଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳା କରିଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାଯ୍ୟାନୁଷ୍ଟାନ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଲୋକଙ୍କୁ ରାଜସ୍ୱ ସେବା ଦେବାରେ ଅବହଳେ କରିଲେ ମଧ୍ୟ ଆକ୍ସନ ନିଆଯିବ । ଏହା ସହ କାଯ୍ୟାଳୟକୁ ରେଜଷ୍ଟ୍ରି ପାଇଁ ଆସୁଥିବା ଲୋକଙ୍କ ତାଲିକା ରଖି ଫିଡ୍ ବ୍ୟାକ୍ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।