କେନ୍ଦ୍ରାପଡ଼ାରେ ଅର୍ଥନୈତିକ ଅବରୋଧ

କେନ୍ଦ୍ରାପଡ଼ାରେ ଅର୍ଥନୈତିକ ଅବରୋଧ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ସକାଳ ୬ଟାରୁ କଟକ -ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକ ଠାରେ ରାଜ୍ୟ ରାଜପଥ ଓ ଦୈତାରୀ- ପାରାଦୀପ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଶତାଧିକ ଆନ୍ଦୋଳନକାରୀ ରାସ୍ତା ଉପରେ ବସି ନାରାବାଜି କରୁଛନ୍ତି। 

ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ଏକ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି। ଆନ୍ଦୋଳନକାରୀମାନେ ରେଳରୋକ କରିବାର କାର୍ୟ୍ୟକ୍ରମ ରହିଛି। ଏହି ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସେପ୍ଟେମ୍ବର ୫ ତାରିଖରୁ ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି।