ନୂଆ ବାଚସ୍ପତିଙ୍କ ନାମ ଘୋଷଣା

ନୂଆ ବାଚସ୍ପତିଙ୍କ ନାମ ଘୋଷଣା

ଭୁବନେଶ୍ୱର: ସୋମବାର ବିଧାନସଭାର ନୂଆ ବାଚସ୍ପତିଙ୍କ ନାମ ଘୋଷଣା ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ବିକ୍ରମ ଆରୁଖ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ତାଙ୍କ ଜିଲ୍ଲାରୁ ନଗର ଉନ୍ନୟନ ମନ୍ତ୍ରୀ ଥିବା ଉଷା ଦେବୀଙ୍କୁ ବାଚସ୍ପତି କରାଯାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କିଛି ନେତା କେନ୍ଦୁଝରର ବରିଷ୍ଠ ନେତା ବଦ୍ରି ପାତ୍ର କିମ୍ବା ଭଣ୍ଡାରୀପୋଖରୀର ପ୍ରଫୁଲ୍ଲ ସାମଲ କିମ୍ବା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବାଚସ୍ପତି କରାଯାଇପାରେ ବୋଲି କହୁଛନ୍ତି । ଯଦି ନବୀନ ମହିଳା କାର୍ଡ ଖେଳନ୍ତି ତେବେ ଉଷା ଦେବୀ କିମ୍ବା ସ୍ନେହାଙ୍ଗିନୀଙ୍କ ନାମରେ ମୋହର ବାଜିବା ଆଲୋଚନା ହେଉଛି ।