ବଡ଼ ଖବର : ସ୍ମାର୍ଟଫୋନ୍ ୟୁଜର ,ଏପ୍ରିଲ୍ ୧୫ରୁ ଏହି ସେବା ବନ୍ଦ

ବଡ଼ ଖବର : ସ୍ମାର୍ଟଫୋନ୍ ୟୁଜର ,ଏପ୍ରିଲ୍ ୧୫ରୁ ଏହି ସେବା ବନ୍ଦ

 ସ୍କାମରମାନେ କଲ୍ ଫରୱାର୍ଡିଂ ‌ସର୍ଭିସ୍‌ର ବ୍ୟବହାର କରି ‌ସାଧାରଣ ଲୋକଙ୍କ ଟାର୍ଗେଟ କରୁଛନ୍ତି। ତେବେ ଦୂରସଞ୍ଚାର ବିଭାଗ ଏବେ ଏକ ନୂଆ ନିର୍ଦ୍ଦେଶ ଜାରି କରିଛି। ଯାହାଦ୍ବାରା ସ୍ମାର୍ଟଫୋନ୍ ଉପଭୋକ୍ତା ଏଭଳି ସ୍କାମ୍ରୁ ସୁରକ୍ଷିତ ରହି ପାରିବେ। ଏହା ସହିତ କେତେକ ସ୍ମାର୍ଟଫୋନ୍  ଉପଭୋକ୍ତାଙ୍କୁ ଏହି ନୂତନ ଅପଡେଟ୍ ସେବା ନିରାଶ କରିବ। ଦୂରସଞ୍ଚାର ବିଭାଗ ପକ୍ଷରୁ ମୋବାଇଲ ଅପରେଟରଙ୍କୁ ୧୫ ଏପ୍ରିଲ୍ ଠାରୁ ୟୁଏସଏସଡି-ବେସଡ୍ କଲ୍ ଫରୱାର୍ଡିଂକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି।

ଏହି ସେବା କେତେ ଦିନ ପର୍ଯ୍ୟନ୍ତ  ବନ୍ଦ ରହିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦୂରସଞ୍ଚାର ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ନାହିଁ। ତେବେ ଏବେ ସ୍ମାର୍ଟଫୋନ୍ ୟୁଜର ନିଜ ମୋବାଇଲ୍‌ରେ କୋଡ୍ ଡାଏଲ କରି ଏହି ୟୁଏସଏସଡି ସର୍ଭିସ୍ ବ୍ୟବହାର କରିପାରିବେ। ଏହି ସର୍ଭିସ୍‌ର ବ୍ୟବହାର ସାଧାରଣତଃ ଆଇଏମଇଆଇ ନମ୍ବର ଏବଂ ମୋବାଇଲ୍ ଫ‌ୋନ୍ ବାଲାନ୍ସ ସମତେ ଅନ୍ୟ କେତେକ ତଥ୍ୟର ଯାଞ୍ଚ୍ ପାଇଁ କରା ଯାଇଥାଏ। କିନ୍ତୁ ଏହାର ବିଶେଷ ‌ସର୍ଭିସ୍ ହେଉଛି କଲ୍ ଫରୱାର୍ଡିଂ।

ଡଟ୍ ପକ୍ଷରୁ କୁହାଯାଇଛି ମୋବାଇଲ୍ ଦ୍ବାରା କରାଯାଉଥିବା ଠକେଇରେ ଲଗାମ୍ ଲଗାଇବା ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ୨୮ ମାର୍ଚ୍ଚରେ ଡଟ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ୟୁଏସଏସଡି( ଅନଷ୍ଟକଚର୍ଡ ସପ୍ଲିମେଣ୍ଟ୍ରି ସର୍ଭିସ୍ ଟାଡା) ବେସଡ୍ କଲ୍ ଫରୱାର୍ଡିଂ ସୁବିଧା ଭଳି ବିନା ସର୍ତ୍ତମୂଳକ କଲ୍ ଫରୱାର୍ଡିଂ ସର୍ଭିସ୍‌କୁ ବନ୍ଦ କରାଯାଉଛି।
ତେବେ ଯେଉଁ ଉପଭୋକ୍ତା ଏହାକୁ ଆକ୍ଟିଭେଟ୍ କରିବାକୁ ଚାହିଁବେ ସେମାନେ ବିକଳ୍ପ ପ୍ରଣାଳୀର ବ୍ୟବହାର କରି ଏହାର ଉପଯୋଗ କରିପାରିବେ।