ଖରାଦିନେ ଉପବାସରେ ଘରେ ତିଆରି କରନ୍ତୁ ଶାଗୁ ପଣା

ଖରାଦିନେ ଉପବାସରେ ଘରେ ତିଆରି କରନ୍ତୁ ଶାଗୁ ପଣା

ଖରାଦିନେ ପେଟ ଥଣ୍ଡା ରଖିବା ପାଇଁ ବେଲ ପଣା ଓ ଶାଗୁ ପଣା କରି ପିଇଥାନ୍ତି। ସାଧାରଣତଃ ଆମେ ବଜାରରୁ କିଣି ପାଇଥାନ୍ତି। ଜାଣିଛନ୍ତି, ଏହାକୁ ଆପଣ ଘରେ ତିଆରି କରି ପିଇପାରିବେ। ଆସନ୍ତ ଜାଣିବା ଘରେ କିପରି ତିଆରି ଶାଗୁ ପଣା।

ଆବଶ୍ୟକ ସାମଗ୍ରୀ: ଶାଗୁ, ମିଶିରି, ନଡ଼ିଆ କୋରା, ଛେନା, କଟା ଅଙ୍ଗୁର,  ବେଦନା, କାଜୁ, ଆଲମଣ୍ଡ, ଚେରି, କଦଳି, ସେଓ, ଦହି, ଗୋଲମରି ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଶାଗୁକୁ ୨ରୁ ୩ ଘଣ୍ଟା ପୂର୍ବରୁ ଭିଜାଇ ରଖି ଦିଅନ୍ତୁ। ଏହା ଭଲ ଭାବରେ ଭିଜିଗଲା ପରେ ଶାଗୁକୁ ପାଣିରୁ ଛାଣି ଅନ୍ୟ ପାତ୍ରରେ ରଖନ୍ତୁ। ପରେ ଦହିକୁ ଏକ ପାତ୍ରକୁ  ଆଣି ଭଲ କରି ଗୋଳାନ୍ତୁ। ପରେ ସେଥିରେ  ଅଳ୍ପ ମିଶିର ପାଣି ପକାନ୍ତୁ। ପରେ  ତାକୁ କିଛି  ସମୟ ଗୋଳାନ୍ତୁ। ଏହାପରେ ସେଥିରେ ଶାଗୁ, ନଡ଼ିଆ କୋରା, ଛେନା, କଟା ଅଙ୍ଗୁର,  ବେଦନା, କଟା କଦଳି, କଟା ସେଓ ଓ ଗୋଲମରି ଗୁଣ୍ଡ ପକାଇ ହାଲକା ଭାବରେ ଚକଟି ଦିଅନ୍ତୁ।  ପରେ ଏହାକୁ ଏକ ଗ୍ଲାସକୁ ଢ଼ାଳି ରଖନ୍ତୁ। ତା’ ଉପରେ କାଜୁ, ଆଲମଣ୍ଡ ଓ ଚେରି ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଶାଗୁ ପଣା। ଏହାକୁ ଆପଣ ଉପବାସରେ ମଧ୍ୟ ଖାଇପାରିବେ।