କେଉଁ ସବୁ ଲକ୍ଷଣ ଦେଖାଦେଲେ, ହରମୋନ ଅସନ୍ତୁଳନ ବୋଲି ଜାଣିବେ
ବୟସ ସହ ମହିଳାଙ୍କ ଶରୀରରେ ହରମୋନରେ ପରିବର୍ତ୍ତନ ଘଟେ। ଶରୀରର ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ହରମୋନ ଅସନ୍ତୁଳ, ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ। ହେଲେ ଅଧିକାଂଶ ମହିଳା ଏ ବାବଦରେ ଜାଣିପାରନ୍ତି ନାହିଁ। କେଉଁ ସବୁ ଲକ୍ଷଣ ଦେଖାଦେଲେ, ହରମୋନ ଅସନ୍ତୁଳନ ହୋଇଛି ବୋଲି ଜାଣିବେ, ଜାଣନ୍ତୁ...
- ଯଦି ମାସ ମାସ ଧରି ପିରିୟଡ୍ସ ଆଗୁଆ କିମ୍ବା ବିଳମ୍ବ ହେଉଛି, ତେବେ ଏହା ହରମୋନାଲ ପରିବର୍ତ୍ତନର ସଙ୍କେତ ହୋଇପାରେ। ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ (PCOS) କିମ୍ବା ଥାଇରଏଡ୍ ଭଳି ସମସ୍ୟା କ୍ଷେତ୍ରରେ ଏହିପରି ଲକ୍ଷ୍ୟଣ ଦେଖା ଦେଇପାରେ। ତେଣୁ ଲଗାତାର ଭାବେ ଏହି ପରିବର୍ତ୍ତନ ଦେଖୁଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
- ଦ୍ରୁତ ଓଜନ ବୃଦ୍ଧି କିମ୍ବା ହ୍ରାସ ହରମୋନାଲ ଅସନ୍ତୁଳନର ସଙ୍କେତ ହୋଇପାରେ। ହଠାତ୍ ଓଜନ ବୃଦ୍ଧି ପାଉଥିଲେ କିମ୍ବା ହ୍ରାସ ପାଉଥିଲେ ଡାକ୍ତରୀ ପରୀକ୍ଷା କରନ୍ତୁ।
- ହରମୋନ ପରିବର୍ତ୍ତନର ଲକ୍ଷଣ ଚର୍ମରେ ମଧ୍ୟ ଦେଖାଯାଏ। ଏହି କାରଣରୁ ବ୍ରଣ, ତେଲିଆ ଚର୍ମ କିମ୍ବା ଅତ୍ୟଧିକ ଶୁଷ୍କତା ଭଳି ସମସ୍ୟା ହୋଇଥାଏ। ଯଦି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଚିକିତ୍ସା କରାଇ ନିଅନ୍ତୁ।
- ହରମୋନ୍ ଅସନ୍ତୁଳନ ମୁଡ୍ ସୁଇଙ୍ଗର ମୁଖ୍ୟ କାରଣ। ଏହା ଫଳରେ ଚିଡ଼ଚିଡ଼ା, ଚିନ୍ତା କିମ୍ବା ଉଦାସୀନତା ଦେଖାଦିଏ। ଏପରି ହେଉଥିଲେ ପ୍ରଥମେ ନିଜକୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ, ଗୀତ ଶୁଣନ୍ତୁ, ଡାଏରୀ ଲେଖନ୍ତୁ। ଯଦି ସମସ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରୁଛନ୍ତି, ତେବେ ଡାକ୍ତରଙ୍କୁ ଜଣାନ୍ତୁ।
- ଥକାପଣ, ଶକ୍ତି ଅଭାବ ଏବଂ ନିଦ ନହେବା ହରମୋନାଲ ଅସନ୍ତୁଳନର ଲକ୍ଷଣ ହୋଇପାରେ। ଗୁରୁତର ସମସ୍ୟା ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
- କେଶ ଝଡ଼ିବା, ପତଳା ହେବା କିମ୍ବା କେଶର ପରିବର୍ତ୍ତନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ହୋଇଥାଏ। ହରମୋନାଲ ପରିବର୍ତ୍ତନ ଏହାର ଏକ କାରଣ ହୋଇପାରେ। ଏଥିପାଇଁ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଚାପରୁ ଦୂରରେ ରୁହନ୍ତୁ। ଯଦି ସମସ୍ୟା ସମାଧାନ ନହୁଏ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।




admin 