୧ ଓ ୨ ତାରିଖରେ ଅତିପ୍ରବଳ ବର୍ଷା
ଭୁବନେଶ୍ୱର: ଉତ୍ତର ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୪ତାରିଖ ଯାଏ ସାରା ରାଜ୍ୟରେ ବର୍ଷିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)କହିଛି । ୧ ଓ ୨ ତାରିଖରେ ଅତିପ୍ରବଳ ବର୍ଷା ହୋଇପାରେ । ସମ୍ବଲପୁର, ଦେବଗଡ଼, ବୌଦ୍ଧ, କନ୍ଧମାଳ, ବରଗଡ଼, ଢେଙ୍କାନାଳ ଓ ଅନୁଗୁଳର ବିଭିନ୍ନ ସ୍ଥାନରେ ୧୫୦ମିମିରୁ ଅଧିକ ବର୍ଷାର ସମ୍ଭାବନା ଅଛି । କିଛି ସ୍ଥାନରେ ୨୦୦ମିମିରୁ ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି ।
୩ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ଆଇଏମ୍ଡି କହିଛି । ରବିବାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାବାଦ୍ ଉପକୂଳ ଓ ଆଭ୍ୟନ୍ତରୀଣରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୩୧, ୧ ଓ ୨ ତାରିଖରେ ଉପକୂଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।