ଆଜିଠୁ ନିର୍ଧୁମ ଛେଚିବ

ଆଜିଠୁ ନିର୍ଧୁମ ଛେଚିବ

ଭୁବନେଶ୍ୱର:  ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ । ଲଘୁଚାପ ପ୍ରଭାବରେ  ଶନିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା  ହୋଇପାରେ । ଆଭ୍ୟନ୍ତରୀଣ ଓ ଉତ୍ତର  ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା  ସମ୍ଭାବନା ଅଛି । ଅକ୍ଟୋବର ୩ ତାରିଖ  ଯାଏ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ  ବର୍ଷା ହେବ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । ଲଘୁଚାପ ଯୋଗୁ ପ୍ରବଳ ବର୍ଷା ସମ୍ଭାବନା  ଥିବାରୁ ଆଗାମୀ ତିନିଦିନ ପାଇଁ କିଛି  ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।  ୩୦ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ,  ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।  ଏ ସବୁ ଜିଲ୍ଲାର କିଛି ସ୍ଥାନରେ ୭୦ରୁ  ୨୦୦ମିମି ଯାଏ ବର୍ଷା ହୋଇପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ସୁନ୍ଦରଗଡ଼, ଦେବଗଡ଼,  ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ,  କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର  ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା  ହୋଇପାରେ । 

ସେହିଭଳି ୧ ତାରିଖରେ  ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ  ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇପାରେ । ସୁନ୍ଦରଗଡ଼, ଅନୁଗୁଳ,  ଦେବଗଡ଼, ବରଗଡ଼, ସମ୍ବଲପୁର,  ଝାରସୁଗୁଡ଼ା, ସୋନପୁର, ବଲାଙ୍ଗୀର,  କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର  କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ  ବର୍ଷା ସମ୍ଭାବନା ଅଛି । ନୂଆପଡ଼ା,  ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,  ବୌଦ୍ଧ, ନୟାଗଡ଼, କଟକ, ଢେଙ୍କାନାଳ,  ଯାଜପୁର, ବାଲେଶ୍ୱର ଓ ଭଦ୍ରକ  ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା  ହୋଇପାରେ । ଆସନ୍ତା ୨ ଓ ୩  ତାରିଖରେ ବି ଆଭ୍ୟନ୍ତରୀଣ ଓଡ଼ିଶା  ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ  ପ୍ରବଳ ବର୍ଷା ହେବ ବୋଲି ପାଣିପାଗ  ବିଭାଗ ଆକଳନ କରିଛି ।