ବର୍ଷାରେ ବଡ ଚିନ୍ତା

ବର୍ଷାରେ ବଡ ଚିନ୍ତା

ଭୁବନେଶ୍ୱର : ବର୍ଷା ଋତୁ ଆରମ୍ଭ ହୋଇଗଲାଣି । ଏହିଦିନେ ପୋଷାକ ପତ୍ର ପିନ୍ଧି ବାହାରକୁ ଗଲାବେଳେ ଭାରି ସତର୍କ ରହିବାକୁ ପଡେ । କାରଣ ବର୍ଷା ଋତୁରେ ମୋଟା କପଡା ପୋଷାକ ଓଦା ହେଲେ ,ଶୁଖିବା ପାଇଁ ଅଧିକ ସମୟ ଲାଗେ ।

ବର୍ଷାଦିନେ ପୋଷାକ ପତ୍ର ପିନ୍ଧି ଥିବା ବେଳେ କେତୋଟି ଟିପ୍ସ ଜାଣିରଖନ୍ତୁ । ଫେସନ୍ ଡିଜାଇନର ସବ୍ୟସାଚୀ କହିଛନ୍ତି, ବର୍ଷାଦିନେ ଲାଲ,ନୀଳ,ନାରଙ୍ଗୀ ,ହଳଦୀ ରଙ୍ଗର ପୋଷାକ ପିନ୍ଧିଲେ ବେଶ୍ ଆକର୍ଷିତ ଦେଖାଯିବେ । 

ଅନ୍ୟ ଏକ ମୁଖ୍ୟ କଥା ହେଉଛି,ଏହି ଋତୁରେ ଜ୍ୟାକେଟ୍ କିମ୍ବା ଶ୍ରଗ୍ ଥିବା ପୋଷାକ ପିନ୍ଧନ୍ତୁ । ଜ୍ୟାକେଟ୍ ଶ୍ରଗ୍ ଓଦା ହେଲେ ତାକୁ ବାହାର କରି ଶୁଖାଇହେବ । ଅନ୍ତତଃ ଜ୍ୟାକେଟ୍ ତଳେ ପିନ୍ଧି ଥିବା କୁର୍ତା ପିନ୍ଧି ବି ଷ୍ଟାଇଲ୍ କରିପାରିବେ ।