ପେସା ଛାଡି ନିଶାରେ ଟାୟାର ମିସ୍ତ୍ରୀ
ଭୁବନେଶ୍ୱର : ୨୭ ବର୍ଷିୟ ଅବଦୁଲ ରେହମାନ ପେସାରେ ଜଣେ ଟାୟାର ମିସ୍ତ୍ରୀ । ହେଲେ ତାଙ୍କ ନିଶା ହେଉଛି ବଡିବିଲ୍ଡିଂ । ତାଙ୍କର ଦୃଢ ଇଛା ଶକ୍ତି ତାଙ୍କୁ ଲକ୍ଷ୍ୟ ସ୍ଥଳ ଆଡକୁ ଟାଣି ଆଣିଛି । ଅଳ୍ପ ବୟସରୁ ସେ ନିଜ ବାପାଙ୍କୁ ହରାଇଥିଲେ ।
ମା ଓ ଭଉଣୀର ବୋଝ ମୁଣ୍ଡାଇବାକୁ ଯାଇ ସେ ଟାୟାର ମିସ୍ତ୍ରୀ ଭାବେ କାମ କରନ୍ତି । ଏହାରି ଭିତରେ ସେ ନିଜର ସୁନ୍ଦର ସ୍ୱାସ୍ଥ୍ୟ ତିଆରି କରିବା ସହ ବ୍ୟାୟାମ ମଧ୍ୟ କରୁଥିଲେ । ଅତି କମ୍ ବୟସରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି ।
ଗତ ଜାନୁଆରୀ ମାସରେ ମିଷ୍ଟର ଓଡିଶା ପ୍ରତିଯୋଗିତାରେ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ସଫଳତା ଅର୍ଜନ କରିଛନ୍ତି । ଏବେ ସେ ନିଜକୁ ଜାତୀୟ ସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ କରୁଛନ୍ତି ।