ହସିବାଦ୍ୱାରା କ’ଣ ସବୁ ଫାଇଦା ରହିଛି ଆସନ୍ତୁ ଜାଣିବା

ହସିବାଦ୍ୱାରା କ’ଣ ସବୁ ଫାଇଦା ରହିଛି ଆସନ୍ତୁ ଜାଣିବା

ହସିବାଦ୍ୱାରା କ’ଣ ସବୁ ଫାଇଦା ରହିଛି ଆସନ୍ତୁ ଜାଣିବା
ହସିବା ଦ୍ୱାରା କେବଳ ଅନ୍ୟମାନେ ଖୁସି ହୁଅନ୍ତି ନାହିଁ, ହସିବାଦ୍ୱାରା ନିଜର ମଧ୍ୟ ଅନେକ ଲାଭ ହୋଇଥାଏ । ଯେପରିକି ସୁସ୍ଥ ବାୟୁ, ଏବଂ ଉତ୍ତମ ଖାଦ୍ୟ ଶରୀର ପାଇଁ ଜରୁରୀ ହୋଇଥାଏ, ସେହିଭଳି ହସ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଯଦି ଆପଣ ସକାଳ ସଂନ୍ଧ୍ୟାରେ ହସିବା ଅଭ୍ୟାସ ଜାରି ରଖନ୍ତି, ତେବେ ଆପଣ କୌଣସି ରୋଗର ଶିକାର ହେବେ ନାହିଁ । ହସିବା ଦ୍ୱାରା ମାନସିକ ହେଉ କିମ୍ବା ଶାରୀରିକ ସମସ୍ୟା ହେଉ ଆପଣଙ୍କ ପାଖ ମାଡି ପାରିବ ନାହିଁ । ସ୍ୱାସ୍ଥ୍ୟବିତଙ୍କ ମୁତାବକ, ସବୁବେଳେ ହସିବାଦ୍ୱାରା ଶରୀର ସୁସ୍ଥ ରହିବା ସଙ୍ଗେ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ । ଆସନ୍ତୁ ଜାଣିବା ହସିବାଦ୍ୱାରା କ’ଣ ସବୁ ଫାଇଦା ରହିଛି : ୧. ଖୋଲାଖୋଲି ଭାବେ ହସିବାଦ୍ୱାରା ଆମର ଶରୀରରେ ରକ୍ତ ସଂଚାଳନ ସକ୍ରିୟ ହୁଏ । ଯେତେବେଳେ ଆମେ ହସିଥାଉ ଶରୀରରେ ଅଧିକ ମାତ୍ରାରେ ଅମ୍ଳଜାନ ପହଂଚି ଥାଏ । ଯାହା ହୃଦ ସ୍ପନ୍ଦନକୁ ନିୟନ୍ତ୍ରଣ ରଖେ । ୨. ହସିବାଦ୍ୱାରା ଆମର ରୋଗ ପ୍ରତିରୋଧକାରୀ ଶକ୍ତି ବୃଦ୍ଧି ପାଏ । ଏହା ଯେକୌଣସି ରୋଗ ସହ ଲଢେଇ କରିବାରେ ସାହାଯ୍ୟ କରିଥାଏ । ୩. ଯହି ଆପଣ ରାତିରେ ଭଲଭାବେ ଶୋଇପାରୁ ନାହାନ୍ତି, ତେବେ ଆଜିଠାରୁ ହସିବା ଅଭ୍ୟାସ କରନ୍ତୁ । ହସିବାଦ୍ୱାରା ଶରୀରରେ ମେଲାଟୋନିନ୍ ନାମକ ହରମୋନ ନିର୍ଗତ ହୁଏ, ଯାହା ଆମକୁ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ । ୪. ହସିବାଦ୍ୱାରା ହୃଦୟ ସଠିକ ଭାବେ ସଂଚାଳିତ ହୋଇଥାଏ । ଏହାସହ ନିୟମିତ ହସିବାଦ୍ୱାରା ହୃଦଘାତ ଏବଂ ହୃଦୟ ସମ୍ବନ୍ଧିତ ଅନ୍ୟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ୫. ଯବାନ ଏବଂ ସୁନ୍ଦର ହେବା ପାଇଁ ସମସ୍ତେ ଚାହାନ୍ତି । ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ ତେବେ ଖୋଲା ଖୋଲି ଭାବେ ହସିବା ଅଭ୍ୟାସ କରନ୍ତୁ । କାରଣ ଯେତେବେଳେ ଆମେ ହସିଥାଉ ଆମ ଚେହେରାରେ ଥିବା ମାଂସପେଶୀ ଭଲଭାବେ କାମ କରିଥାଏ । ଯାହାଦ୍ୱାରା ଚେହେରାର ଚାରିପାଖେ ଭଲଭାବେ ରକ୍ତ ସଂଚାଳିତ ହୋଇଥାଏ । ଯାହା ଆମକୁ ଯବାନ ଏବଂ ସୁନ୍ଦର ରଖିଥାଏ । ୬. ଚିନ୍ତାକୁ ଦୂର କରିବା ଲାଗି ଯେଉଁ କାର୍ୟ୍ୟ ହସ କରିଥାଏ ତାହା କୌଣସି ଔଷଧ କରିପାରିବ ନାହିଁ । ହସିବାଦ୍ୱାରା ଆପଣ ଲୋକମାନଙ୍କର ପ୍ରିୟ ପାତ୍ର ପାଲଟିଯାଆନ୍ତି । ଟିକିଏ ହସି ଆମେ ସମସ୍ତଙ୍କ ମନ କିଣିପାରୁ । ହସିବାଦ୍ୱାରା ଚିନ୍ତାରୁ ମଧ୍ୟ ମୁକ୍ତ ମିଳେ । ୭. ଯେତେବେଳେ ଆମେ ହସିଥାଉ ଆମ ମୁହଁରୁ ଦୃତ ଗତିରେ ପବନ ବାହାରେ, । ଏହାଦ୍ୱାରା ଶରୀରରେ ଅମ୍ଳଜାନ ଯୋଗାଣ ଉତ୍ତମ ରୂପେ ହୋଇଥାଏ । ଏହାସହ ହସିବାଦ୍ୱାରା ଆମ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ, ଯାହା ଆମ ଶରୀରର ଥକ୍କାପଣ ଦୂର କରିବାରେ ସହାୟକ ହୋଇଥାଏ ।