ଥଣ୍ଡା ପାଣିରେ ହେବ ଭାତ
ଭୁବନେଶ୍ୱର : ରୋଷେଇ ପାଇଁ ବ୍ୟବହୃତ ଚାଉଳକୁ ଆମେ ସର୍ବଦା ଗରମ ପାଣିରେ ଫୁଟାଇ ଭାତ ପ୍ରସ୍ତୁତ କରିଥାଉ । କିନ୍ତୁ ଏବେ ଏମିତି ଏକ ଚାଉଳର ଉପାଦନ କରାଯାଉଛି,ଯାହା ଥଣ୍ଡା ପାଣିରେ ପ୍ରସ୍ତୁତ ହେଉଛି । ବିହାର ସ୍ଥିତ ପୂର୍ବ ଚମ୍ପାରଣ ଅଂଚଳର ପ୍ରୟାଗଦେବ ସିଂହ ନାମକ ଚାଷୀ ଏହି ଚାଉଳ ପ୍ରସ୍ତୁତ କରୁଛନ୍ତି ।
ଏହି ଚାଉଳର ବିଶେଷତ୍ୱ ହେଉଛି ଏହାକୁ ୧ଘଂଟା ପର୍ଯ୍ୟନ୍ତ ଥଣ୍ଡା ପାଣିରେ ରଖିଲେ, ସାଧାରଣ ଚାଉଳ ଭଳି ଏଥିରୁ ଭାତ ପ୍ରସ୍ତୁତ ହୋଇଥାଏ । ଆସାମବାସୀଙ୍କର ‘ବୋକା-ଚୋକୁୱା’ଚାଉଳ ହିଁ ମ୍ୟାଜିକ୍ ଚାଉଳ । ଏହି ଚାଉଳରେ ପ୍ରସ୍ତୁତ ଭାତରେ ଫାଇବର ଥାଏ,ଯାହା ସେବନ କରିବା ଦ୍ୱାରା ଶରୀରରେ ଏକ ସ୍ୱତନ୍ତ୍ର ସ୍ପର୍ତି ଅନୁଭୂତ ହୁଏ ।