ରେଳ ଦୁର୍ଘଟଣା

ରବିବାର ଛତିଶଗଡର କୋରବାଠାରୁ ଯାତ୍ରା ଆରମ୍ଭ କରି ବିଶାଖାପଟ୍ଟନମ୍ରେ ପହଞ୍ଚିଥିବା କୋରବା ଏକ୍ସପ୍ରେସ (୧୮୫୧୭) ଟ୍ରେନର ବଗିରେ ହଠାତ୍ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଟ୍ରେନ୍ କୋରବା ଠାରୁ ତିରୁମାଲା ଯାଉଥିଲା । ଯେତେବେଳେ ଟ୍ରେନ୍ ଷ୍ଟେସନରେ ଅଟକିଲା ବଗିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡ ଷ୍ଟେସନର ଚତୁର୍ଥ ପ୍ଲାଟଫର୍ମରେ ଘଟିଛି । |ଅଗ୍ନିକାଣ୍ଡରେ ଏକ୍ସପ୍ରେସ୍ର ଚାରୋଟି ଏସି ବଗି ସଂପୂର୍ଣ୍ଣ ଜଳି ଯାଇଛି । ଏହି ଦୁର୍ଘଟଣା ଟ୍ରେନ୍ ଷ୍ଟେସରେ ପହଁଞ୍ଚିବା ପରେ ହୋଇଥିଲା । ଯେଉଁଥି ପାଇଁ ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ । ତେବେ ଏହି ଘଟଣା ସକାଳର ପ୍ରାୟ ୧୦ ଟା ସମୟରେ ଘଟିଥିଲା । ସୂଚନା ମୁତାବକ ବି-୭ ବଗିର ଶୌଚାଳୟରେ ସର୍ଟ ସର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଛି । ଫଳସ୍ୱରୂପ, ବି-୭ ବଗି ସଂପୂର୍ଣ୍ଣ ଜଳି ଯାଇଥିବାବେଳେ ବି-୬ ଏବଂ ଏମ-୧ ବଗିଗୁଡିକ ଆଂଶିକ ଭାବେ ପୋଡି ଯାଇଛି । ସୌଭାଗ୍ୟବଶତଃ ଘଟଣା ଟ୍ରେନଟି ଚାଲୁନଥିଲା ଯେଉଁଥିପାଇଁଏକ ବଡ଼ ଦୁର୍ଘଟଣାକୁ ରୋକାଯାଇ ପାରିଥିଲା । ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନିନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ତେବେ ପ୍ରଶ୍ନ ଆସୁଛି ଏତେ ସଂଖ୍ୟାରେ ଲଗାତାର ରେଳ ଦୁର୍ଘଟଣା ଘଟିବା ପରେ ପ୍ରଶାସନ କରୁଛି କଣ ? କେଉଁଠି ରହିଛି ଭୁଲ ଯେଉଥି ପାଇଁ ପ୍ରତିଦିନ ରେଳ ଦୁର୍ଘଟଣା ନେଇ ଖବର ସାମ୍ନାକୁ ଆସୁଛି । ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।