ହାଜର ହେଲେନି ପ୍ରତାପ ଜେନା

ହାଜର ହେଲେନି ପ୍ରତାପ ଜେନା

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କୋର୍ଟଙ୍କ ନିଦେ୍ର୍ଧଶ ସତ୍ତ୍ୱେ ବିଧାୟକ ପ୍ରତାପ ଜେନା କୋର୍ଟରେ ହାଜର ହୋଇନଥିବା ଜଣାଯାଇଛି । ତେବେ ଶ୍ରୀ ଜେନା ନିଜ ଓକିଲଙ୍କ ଜରିଆରେ ଜେଏମଏଫସିରେ ପକ୍ଷ ରଖଛନ୍ତି । ଏନେଇ ଆଇପିସି ୨୦୫ ଧାରାରେ ପ୍ରତାପ ଜେନାଙ୍କ ଓକିଲ ଆବେଦନ କରିଛନ୍ତି । ବ୍ୟକ୍ତିଗତ ହାଜିରାକୁ ବାଦ ଦେବାକୁ ପ୍ରତାପଙ୍କ ଓକିଲ ଆଇପିସି ୨୦୫ରେ ଆବେଦନ କରିଛନ୍ତି । ଅନ୍ୟପକ୍ଷରେ ପ୍ରତାପଙ୍କ ଆବେଦନକୁ ଗ୍ରହଣ ନକରିବାକୁ ପ୍ରତିପକ୍ଷଙ୍କ ପକ୍ଷରୁ ଆବେଦନ କରାଯାଇଛି । ଅପରାହ୍ନ ୨ଟାରେ ଉଭୟ ପକ୍ଷଙ୍କ ଆବେଦନ ଉପରେ ଶୁଣାଣି କରାଯିବ ବୋଲି ଜଣାଯାଇଛି ।