ଯୁକ୍ତ ୨ ସ୍ପଟ୍‌ ନାମଲେଖା ତାଲିକା: ଆଜିଠୁ ନାମଲେଖା

ଯୁକ୍ତ ୨ ସ୍ପଟ୍‌ ନାମଲେଖା ତାଲିକା: ଆଜିଠୁ ନାମଲେଖା

ଭୁବନେଶ୍ୱର: ଯୁକ୍ତ ୨ ସ୍ପଟ୍‌ ନାମଲେଖା ତାଲିକା ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ସାମ୍‌ସ ୱେବ୍‌ସାଇଟ୍‌ରେ ଆଇଡି ଲଗ୍‌ଇନ୍‌ କରି ନିଜ ଇନ୍‌ଟିମେସନ୍‌ ଲେଟର ଡାଉନଲୋଡ୍‌ କରିବେ । ୨୮ ଓ ୩୧ ତାରିଖରେ ନାମଲେଖା ହେବାକୁ ଥିବାବେଳେ ଅଗଷ୍ଟ ୧ରୁ ପାଠପଢ଼ା ଆରମ୍ଭ ହେବ । ରାଜ୍ୟରେ ଯୁକ୍ତ ୨ ପାଇଁ ୨୧୬୬ କଲେଜରେ ମୋଟ ୫ଲକ୍ଷ ୯ହଜାର ୨୪୫ ସିଟ୍‌ ରହିଛି ।
ପ୍ରଥମ ପର୍ୟ୍ୟାୟ ନାମଲେଖା ପାଇଁ ମୋଟ ୪ଲକ୍ଷ ୧୨ ହଜାର ୩୬୮ ପିଲାଙ୍କୁ ଚୟନ କରାଯାଇଥିଲା । ଏଥିରେ ମୋଟ ୩ ଲକ୍ଷ ୮ହଜାର ୨୩୧ଜଣ ନାମଲେଖାଇଥିଲେ । ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକାରେ ୭୦ ହଜାର ୧୦୫ଜଣଙ୍କୁ ଚୟନ କରାଯାଇଥିଲା । ଅଦ୍ୟାବଧି ୩ଲକ୍ଷ ୬୧ହଜାର ୬୩୮ ପିଲା ନାମ ଲେଖାଇଛନ୍ତି । ଆହୁରି ୧ଲକ୍ଷ ୪୭ ହଜାର ୮୭୭ସିଟ୍‌ ବଳକା ପଡ଼ିଛି ।
କଳା ବିଭାଗରେ ୨ଲକ୍ଷ ୨୯ହଜାର ୪୯୬ ଜଣ ନାମଲେଖାଇଥିବା ବେଳେ ଆହୁରି ୫୪,୫୯୭ ସିଟ୍‌ ବଳକା ରହିଛି । ସେହିପରି ବିଜ୍ଞାନରେ ୯୯ହଜାର ୩୩୧ଜଣ ନାମଲେଖାଇଥିବା ବେଳେ ୫୭ହଜାର ୮୪୬ ସିଟ୍‌ ବଳକା ପଡ଼ିଛି ବାଣିଜ୍ୟରେ ୨୧ହଜାର୫୭୦ଜଣ ନାମଲେଖାଇଛନ୍ତି । ଆହୁରି ୧୭ହଜାର ୭୭୪ ସିଟ୍‌ ଖାଲି ରହିଛି । ଧନ୍ଦାମୂଳକ ଶିକ୍ଷାରେ ୧୦ହଜାର ୪୯୨ ସିଟ୍‌ରେ ନାମଲେଖା ହୋଇଥିବା ବେଳେ ଆହୁରି ୬୩୪୧ସିଟ୍‌ ରହିଛି ।