ଓଲିଉଡ୍‌ ହିରୋଇନ୍‌ଙ୍କ ଭିଡିଓ ଭାଇରାଲ

ଓଲିଉଡ୍‌ ହିରୋଇନ୍‌ଙ୍କ ଭିଡିଓ ଭାଇରାଲ

ଭୁବନେଶ୍ୱର: ଓଲିଉଡ୍‌ରେ ପୁଣି ଅନ୍ତରଙ୍ଗ  ଭିଡିଓ ଭାଇରାଲ୍‌ ବିବାଦ । ପୁରୁଷବନ୍ଧୁଙ୍କ  ନିର୍ୟାତନାରେ ଅତିଷ୍ଠ ହୋଇ ଜଣେ ଆଗଧାଡ଼ିର ହିରୋଇନ୍‌ ଶେଷରେ ଅଦାଲତଙ୍କ ଆଶ୍ରୟ ନେଇଛନ୍ତି। ଥାନାର  ଦ୍ୱାରସ୍ଥ ହୋଇଛନ୍ତି। ସେ ଅଭିଯୋଗ  କରିଛନ୍ତି, ସମ୍ପର୍କ ନିବିଡ଼ ହେବା ପରେ ପୁରୁଷ ବନ୍ଧୁଜଣକ ତାଙ୍କ ଭିଡିଓ ଭାଇରାଲ୍‌  କରିଛନ୍ତି ।ସଂପୃକ୍ତ ହିରୋଇନ୍‌ ପିଲାଟି ଦିନରୁ  ଅଭିନୟ କରି ଆସୁଛନ୍ତି । ପ୍ରାୟ ୧୪ରୁ  ୧୫ ବର୍ଷ ଭିତରେ ଅନେକ ହିଟ୍‌ ଓଡ଼ିଆ ସିନେମାରେ ହିରୋଇନ୍‌ ସାଜିଛନ୍ତି ।  ସେ ଟେଲି ସିରିଆଲ୍‌ ଅଭିନେତ୍ରୀ ସହ  ବିଜ୍ଞାପନ ଓ ଘରୋଇ ସୋ’ରେ ଆଙ୍କରିଂ  କରୁଛନ୍ତି । ସେ ଜାତୀୟ ଚ୍ୟାନେଲରେ  ମଧ୍ୟ ଅଭିନୟ କରିଛନ୍ତି । ପୁରୁଷବନ୍ଧୁଜଣକ ହେଉଛନ୍ତି  ଜାତୀୟ ସିନେମାସ୍ତରରେ କାମ କରିଥିବା ଜଣେ ସିନେ ନିର୍ମାତା । ହିରୋଇନ୍‌ଙ୍କ  ଅଭିଯୋଗ ହେଉଛି, ୨୦୧୯ରେ  ପୁରୁଷବନ୍ଧୁଙ୍କ ସହ ଦେଖା ହୋଇଥିଲା ।  

ପୁରୁଷବନ୍ଧୁଜଣକ ପ୍ରଥମେ ତାଙ୍କୁ  ଜାତୀୟସ୍ତରୀୟ ଫିଲ୍ମରେ ଚାନ୍ସ ଦେବାକୁ  ଅଫର ଦେଇଥିଲେ । ଏଥିରୁ ଉଭୟଙ୍କ  ମଧ୍ୟରେ ମିଳାମିଶା ବଢ଼ିଲା । ୨୦୧୯  ନଭେମ୍ବର ବେଳକୁ ଉଭୟଙ୍କ ସମ୍ପର୍କରେ  ନିବିଡ଼ତା ଆସିଥିଲା ।  ୨୦୨୨ରୁ ହିରୋଇନ୍‌ଙ୍କ ଉପରେ ପୁରୁଷବନ୍ଧୁଙ୍କ ମାନସିକ  ଓ ଶାରୀରିକ ନିର୍ୟାତନା ବଢ଼ିବାରେ ଲାଗିଲା । ପୁରୁଷବନ୍ଧୁଜଣକ ସବୁ ସୀମା ପାର୍‌ କରିବାରୁ ହିରୋଇନ ତାଙ୍କ  ସହ ମିଳାମିଶା ବନ୍ଦ କରିଦେଲେ ।

ଏହା ଦେଖି ପୁରୁଷବନ୍ଧୁ ଆହୁରି ପ୍ରତିଶୋଧ ପରାୟଣ  ହୋଇଉଠିଲେ । ପୂର୍ବରୁ ହିରୋଇନ୍‌ଙ୍କ ସହ ଉଠାଇଥିବା କିଛି  ଫଟୋ ଓ ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇଥିଲେ ।  କିଛି ଫଟୋ ଏବଂ ଭିଡିଓ ହିରୋଇନ୍‌ଙ୍କ ସମ୍ପର୍କୀୟମାନଙ୍କ  ନିକଟକୁ ପଠାଇଥିଲେ । ଏହା ଜାଣି ହିରୋଇନ୍‌ଙ୍କ ପାଦ  ତଳୁ ମାଟି ଧସି ଯାଇଥିଲା । ପୁରୁଷବନ୍ଧୁ ଏସବୁ ଭାଇରାଲ୍‌  କରିବା ଧମକ ଦେଇ ହିରୋଇନ୍‌ଙ୍କଠାରୁ ଢେର୍‌ ଟଙ୍କା ଚୂନ ଲଗାଇଥିଲେ । ଏମିତିକି ମା’ଙ୍କ ଦେହ ଖରାପ କହି ୨ ଲକ୍ଷ  ଟଙ୍କା ନେଇଥିଲେ । ହିରୋଇନଜଣକ ଲକ୍ଷ୍ମୀସାଗର ଥାନାରେ  ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ନ ଶୁଣିବାରୁ ସେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ।