ପିତୃପକ୍ଷରେ କେଉଁ ପରିବା ଖାଇବା ଉଚିତ ଓ ଅନୁଚିତ୍‌‌..

ପିତୃପକ୍ଷରେ କେଉଁ ପରିବା ଖାଇବା ଉଚିତ ଓ ଅନୁଚିତ୍‌‌..

ପିତୃପକ୍ଷ ୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୪ ଅକ୍ଟୋବରରେ ଅମାବାସ୍ୟାରେ ଶେଷ ହେବ। ଏହି ସମୟରେ ପିତୃପକ୍ଷକୁ ଶାନ୍ତି ଓ ଖୁସି କରିବା ପାଇଁ ଅନେକ ଉପାୟ ଆପଣାଇ ଥାଆନ୍ତି। ଯାଦ୍ୱାରା ପିତୃପକ୍ଷ ଶାନ୍ତ ରହିଥାଆନ୍ତି। ଏହି ସମୟରେ ତର୍ପଣ, ପିଣ୍ଡଦାନ, ବ୍ରାହ୍ମଣ ଭୋଜନ, ଶ୍ରାଦ୍ଧ ଆଦି କରାଯାଏ। ମାତ୍ର ସଭିଏଁ ହୁଏତ ଜାଣି ନଥିବେ ଏହି ପିତୃପକ୍ଷ ସମୟରେ ଏପରି କିଛି ଖାଦ୍ୟ ରହିଛି, ଯାହାର ସେବନ କରିବା ଉଚିତ। 

ପିତୃପକ୍ଷ ସମୟରେ ଭେଣ୍ଡି, କଦଳୀ, ଆଳୁ, କଖାରୁ ଓ ମୂଳା ଖାଇବା ଉଚିତ। ଏସବୁ ସେବନ କରିବା ଦ୍ୱାରା ପିତୃପକ୍ଷ ସନ୍ତୁଷ୍ଟ ରହି ଥାଆନ୍ତି। କମ୍‌‌ ତେଲର ମଧ୍ୟ ସେବନ କରିବା ଉଚିତ। ଏହି ସମୟରେ ଭେଣ୍ଡିର ସେବନ ନିଶ୍ଚୟ କରନ୍ତୁ। ପିତୃପକ୍ଷ ସମୟରେ ପାଣି ଥିବା ପନିପରିବା ଖାଇବା ଉଚିତ ନୁହେଁ। ଅର୍ଥାତ୍‌‌ ଯେଉଁ ପନିପରିବା ପ୍ରସ୍ତୁତ କରିବା ସମୟରେ ପାଣି ଅଧିକ ନିର୍ଗତ ହୋଇଥାଏ, ତାହା ସେବନ କରିବା ଉଚିତ ନୁହେଁ। ଶାଗ, ଲାଉ ଆଦି ଖାଇବା ଉଚିତ ନୁହେଁ। କଲରା ମଧ୍ୟ ସେବନ କରିବା ଉଚିତ ନୁହେଁ। ହେଙ୍ଗୁ ମଧ୍ୟ ଖାଇବା ଉଚିତ ନୁହେଁ। ମସଲା ମଧ୍ୟ କମ ପରିମାଣରେ ଖାଆନ୍ତୁ।