ପିହୁ ଅପହରଣ ମାମଲା : ୪ ଗିରଫ

ପିହୁ ଅପହରଣ ମାମଲା : ୪ ଗିରଫ

ଦେବଗଡ଼ : ପିହୁ ଅଗ୍ରଓ୍ୱାଲ୍‌ ଅପହରଣ ମାମଲାରେ ପୋଲିସ ଆକ୍ସନ । ତଦନ୍ତ ପରେ ସାମ୍ନାକୁ ଆସିଛି ଅପହରଣ ପଛର କାରଣ । ଟଙ୍କା ପାଇଁ ହୋଇଥିଲା ଅପହରଣ । ପୋଲିସ ହାତରେ ଚାରି ଅଭିଯୁକ୍ତ ।  ସମସ୍ତ ପଚରାଉଚରା କରୁଛି ପୋଲିସ ।
ଖବର ଅନୁଯାୟୀ, ଅପହରଣ ପରେ ନାବାଳିକାକୁ ଉଦ୍ଧାର କରିଥିଲେ ପୋଲିସ । ଏହାପରେ ହିଁ ତଦନ୍ତକୁ ଜୋରଦାର କରିଥିଲା ପୋଲିସ । ଏହିକ୍ରମରେ ରାତିତମାମ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ  ଚଢାଉ ହୋଇଥିଲା । ଆଉ ଏହି ଚଢାଉରେ ପୋଲିସକୁ ମିଳିଛି ସଫଳତା । ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏହି ସମସ୍ତ ଅଭିଯୁକ୍ତ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଜରେଇକେଳା ଗ୍ରାମ, କଲଣ୍ଡା ଗ୍ରାମ , ନୂଆଗାଁ ଗ୍ରାମ ଓ ମେଣ୍ଢିପାଲି ଗ୍ରାମ ର ବାସିନ୍ଦା ବୋଲି ଜଣାପଡିଛି । ପୂର୍ବରୁ ଦୁଇ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଥିଲେ ପୋଲିସ ।  ସେହିପରି ପୋଲିସ ପକ୍ଷରୁ ଘଟଣାରେ ବ୍ୟବହୃତ ବାଇକ ଓ ମଟର ସାଇକଲ ଜବତ ହୋଇଛି । ରବିବାର ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସମସ୍ତ ସୂଚନା ଦିଆଯିବ।