ଓଲଟିଲା କେମିକାଲ ବୋଝେଇ ଟ୍ରକ

ଓଲଟିଲା କେମିକାଲ ବୋଝେଇ ଟ୍ରକ

ସୋର :ବାଲେଶ୍ୱର ଜିଲ୍ଲା ସୋର ଖନ୍ତାପଡ଼ା ଥାନା ଭଗତପୁର ନିକଟରେ  ଓଲଟିଲା କେମିକାଲ ବୋଝେଇ ଟ୍ରକ । ଯାହାଦ୍ୱାରା ଗାଡିରୁ ହେଉଛି କେମିକାଲ ଲିକ୍‌ । 
 ଖନ୍ତାପଡ଼ା ଥାନା ଭଗତପୁର ନକ୍ଷଟୋ  ବାଇଓ ସାଇନ୍ସ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯାଉଥିଲା କେମିକାଲ ଟ୍ରକ । ବିଳମ୍ବିତ ରାତିରେ ବାଇଓ ସାଇନ୍ସ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଏକ ଟ୍ରକ ଯୋଗେ କେମିକାଲ ଆସୁଥିବା ବେଳେ ଓଲଟି ପଡିଥିଲା । ଯାହାଫଳରେ  ଗାଡିରୁ କାମିକାଲ ଲିକ ହେଉଛି । ଯେଉଁଥି ଲାଗି ଭଗତପୁର ଗ୍ରାମବାସୀମାନେ ଭୟଭୀତ ହୋଇଛନ୍ତି କ୍ଷ ସକାଳେ ଭଗତପୁର ଗ୍ରାମବାସୀ କେମିକାଲ ଟ୍ରକ ଗାଡ଼ି ପଡ଼ିଥିବା ଦେଖି ଭୟଭୀତ ହୋଇପଡିଛନ୍ତି କ୍ଷ ଏବେ ଯାଏଁ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି କ୍ଷ ବର୍ତ୍ତମାନ ଯାଏଁ ଟ୍ରକରୁ ଗ୍ୟାସ ଲିକ ଜାରି ରହିଛି ।