‘ପରିକ୍ରମା’ ପାଇଁ ପ୍ରତି ପଂଚାୟତକୁ ୨ ଲକ୍ଷ

ଭୁବନେଶ୍ୱର:ଶ୍ରୀମନ୍ଦିର ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରତି ଘରୁ ଗୁଆ ଓ ଅରୁଆ ଚାଉଳ ସଂଗୃହୀତ ହେବ । ଚଳିତ ମାସ ୬ରୁ ୧୫ ପର୍ୟ୍ୟନ୍ତ ଏହା ସଂଗ୍ରହ କରାଯିବ । ଏକ କୀର୍ତନମଣ୍ଡଳୀ ଜନବସତି ପରିକ୍ରମା କରି ଗୁଆ ଓ ଚାଉଳ ସଂଗ୍ରହ କରିବେ । ଭକ୍ତମାନଙ୍କୁ ପୁରୀ ନେବା ଆଣିବା ଓ ପ୍ରତ୍ୟେକ ପଂଚାୟତରେ ପରିକ୍ରମା ପାର୍ବଣ ପାଳିବା ପାଇଁ ଅନୁଦାନ ଦିଆଯାଇଛି । ଏଥିପାଇଁ ପ୍ରତି ଗାଁରେ ସାଂସ୍କୃତିକ କାର୍ୟ୍ୟକ୍ରମ କରାଯିବ । ଲୋକାର୍ପଣ ଉତ୍ସବକୁ ଦେଖିବା ପାଇଁ ପ୍ରତି ଗାଁରେ ବଡ଼ ଏଲଇଡ଼ି ଜରିଆରେ ସିଧା ପ୍ରସାରଣ ହେବ । ଏହି ସବୁ କାର୍ୟ୍ୟକ୍ରମ ପାଇଁ ପ୍ରତି ପଂଚାୟତକୁ ୨ ଲକ୍ଷ ଟଙ୍କା ଦିଆଯାଇଛି । ୩୦ ଜିଲ୍ଲାକୁ ଏଥିପାଇଁ ୨୦ କୋଟି ଟଙ୍କାର ବଜେଟ କରାଯାଇଛି ।