ପରିବେଶ ପାଇଁ କ୍ଷତିକାରକ କାଗଜ ବ୍ୟାଗ
ଭୁବନେଶ୍ୱର : ପ୍ଲାଷ୍ଟିକ୍ ବ୍ୟବହାର ଆମ ଦୈନନ୍ଦିନ ଜୀବନକୁ ଯେତିକି ସୁବିଧାଜନକ କରିଦେଇଛି ,ଏହାର ପରିଣାମ ପରିବେଶ ପାଇଁ ସେତିକି ବିପର୍ଯ୍ୟୟ ଆଣିଛି । କାରଣ ଏହାଜୈବଶଢନଶୀଳ ହୋଇଥିବାରୁ ପରିବେଶ ପ୍ରଦୂଷଣ ବଢେଇ ଚାଲିଛି । ତେଣୁ ପୃଥିବୀ ବ୍ୟାପି ଏହାର ବ୍ୟବହାରକୁ ହ୍ରାସ କରିବା ଲାଗି ଏପରିକି ସ୍ଥଳ ବିଶେଷରେ ନିଷିଦ୍ଧ କରିବା ପାଇଁ ବୈଜ୍ଞାନିକ ମାନେ ପରାମର୍ଶ କରିଚାଲିଛନ୍ତି ।
ସୁତରାଂ ପ୍ଲାଷ୍ଟିକ୍ ବଦଳରେ ଜୈବଶଢନଶୀଳ କାଗଜର ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି । ଆମର ବହୁଳ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ମୁଣି, କପ୍ ବଦଳରେ କାଗଜ ତିଆରି ମୁଣି ,ଠୁଙ୍ଗା ଓ କପ୍ ଆଦି ବ୍ୟବହାରକୁ ଏବେ ଗୁରୁତ୍ୱ ଦିଆଯାଉଛି । ମାତ୍ର ପ୍ଲାଷ୍ଟିକ୍ ମୁଣି ଅପେକ୍ଷା କାଗଜ ମୁଣି ପରିବେଶ ପାଇଁ ଅଧିକ କ୍ଷତିକାରକ ବୋଲି ଗବେଷଣାରୁ ଜଣାଯାଇଛି ।
କାରଣ କାଗଜ ମୁଣି ଅପେକ୍ଷାକୃତ ୭୦ ପ୍ରତିଶତ ଅଧିକ ପ୍ରଦୂଷଣ ନିର୍ଗମନ କରିଥାଏ । ସେହିପରି ପ୍ଲାଷ୍ଟିକ୍ ତୁଳନାରେ କାଗଜମୁଣିର ବିଘଟନ ପାଇଁ ଚାରିଗୁଣା ଅଧିକ ଶକ୍ତି ବିନିଯୋଗ ହେବା ସହ ଅଧିକ ସମୟ ମଧ୍ୟ ଲାଗିଥାଏ । ତେଣୁ ପୁନର୍ବ୍ୟବହାରକ୍ଷମ କାଗଜ ମୁଣିକୁ ଆପଣାଇବା ହିଁ ପ୍ଲାଷ୍ଟି୍କ ପରିହାର ପାଇଁ ଶ୍ରେଷ୍ଠ ବିକଳ୍ପ ବୋଲି ପରାମର୍ଶ କରାଯାଇଛି ।




admin 