ସାମୟିକ ବିଶ୍ରାମ ଉପକାରୀ ଦିନବେଳେ
ଭୁବନେଶ୍ୱର :ଆଜିର ବ୍ୟସ୍ତ ବହୁଳ ଜୀବନରେ କ୍ଳାନ୍ତ ଶରୀରକୁ ଇଛା ଅନୁସାରେ ବିଶ୍ରାମ ଦେବାକୁ ସାଧାରଣତଃ ଅବସର ମିଳିନଥାଏ । ବିଧିବଦ୍ଧ ଭାବେ କେବଳ ରାତିରେ ନିୟମିତ ନିଦ୍ରାଜିବା ବ୍ୟତୀତ ଦିନବେଳେ ସ୍ଥାନକାଳପାତ୍ର ନିର୍ବିଶେଷରେ ବେଳେ ବେଳେ ଘୁମେଇ ପଡ଼ିବା ବା କ୍ଷଣିକ ନିଦ୍ରାଯିବା କୁ ଅନେକ ପସନ୍ଦ କରିଥାନ୍ତି । ତେବେ ଏହା ଦ୍ୱାରା ଆମର ହୃତପିଣ୍ଡ ସୁସ୍ଥ ରହିଥାଏ ବୋଲି ଗବେଷକମାନେ ଜାଣିପାରିଛନ୍ତି ।
ସପ୍ତାହକୁ ଏପରି ଦୁଇରୁ ତିନି ଥର ଯେଉଁ ମାନେ କ୍ଷଣିକ ନିଦ୍ରା ଯାଇଥାନ୍ତି,ସେମାନଙ୍କର ହୃଦ୍ଘାତ ଆଶଙ୍କା ୪୮ ପ୍ରତିଶତ କମ୍ ଥାଏ । ସେହିପରି ଆଦୈା କ୍ଷଣିକ ନିଦ୍ରା ଯାଉନଥିବା ବ୍ୟକ୍ତି ଙ୍କ ତୁଳନାରେ ଏପରି କ୍ଷଣିକ ନିଦ୍ରା ଅଭ୍ୟାସ ଥିବା ବ୍ୟକ୍ତିଙ୍କର ଆଗାମୀ ପାଂଚବର୍ଷ ଭିତରେ ହୃଦ୍ ସମସ୍ୟା ଦେଖାଦେବନାହିଁ । ଅପରପକ୍ଷେ,କ୍ଷଣିକ ନିଦ୍ରା ଓ ହୃଦଘାତ ମଧ୍ୟରେ ରହିଥିବା ଏପରି ପାରସ୍ପରିକ ସମ୍ପର୍କକୁ କେବଳ ସ୍ୱାସ୍ଥ୍ୟଗତ ଉନ୍ନତିର କାରଣ ଭାବେ ନଧରିବାକୁ ସେମାନେ ସତର୍କ କରାଇଛନ୍ତି । ତେବେ କୈାଣସି ପରିସ୍ଥିତିରେ ଅପ୍ରତ୍ୟାଶିତ ଭାବେ ଏପରି କ୍ଷଣିକ ନିଦ୍ରା ଯିବାକୁ କେହି କୁଣ୍ଠାବୋଧ ନକରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ କରିଛନ୍ତି ।




admin 