ଜାପାନୀ ପରମ୍ପରା
ଜାପାନ ଲୋକଙ୍କ ଶିଷ୍ଟାଚାର ,ଭଦ୍ରାମୀ ବିଷୟରେ ସମଗ୍ର ବିଶ୍ୱ ଜାଣେ । ନିକଟରେ ୨ ହଜାରରୁ ଅଧିକ ଜାପାନୀ ଦମ୍ପତି ଙ୍କୁ ଅନୁଧ୍ୟାନରେ ସାମିଲ୍ କରାଯାଇ ସେମାନେ ପିଲାଙ୍କ ଲାଳନ ପାଳନ କିପରି କରୁଛନ୍ତି। ପିଲାଙ୍କୁ ବଡ଼ କରିବାରେ ବାପା ମା ଉଭୟ ସମାନ ଭାବେ ଦାୟିତ୍ୱ ନେଇଥାନ୍ତି । ଛୋଟ ପିଲାଟି ବାପା, ମା ଙ୍କୁ ଯେ କୈାଣସି ବିଷୟରେ ପ୍ରଶ୍ନ ପଚାରିଲେ , ସେମାନେ ଉତର ନିଶ୍ଚୟ ଦିଅନ୍ତି । ବାପା ମା ଏପରି କଲେ ପିଲାର ବୈାଦ୍ଧିକ ବିକାଶ ହୁଏ ।
୨-୩ ବର୍ଷରୁ ସେମାନେ ପିଲାଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟପାନୀୟର ପୋଷକତତ୍ୱ ବିଷୟରେ ବୁଝାନ୍ତି । ଖାଦ୍ୟ ସ୍ୱାଦଯୁକ୍ତ ନ ହେଲେ ବି ତାହା ଶରୀର ପାଇଁ ଉପକାରୀ ବୋଲି ୫ ବର୍ଷ ବୟସର ଜାପାନୀ ପିଲାଟି ବୁଝିସାରିଥାଏ । ପିଲାଙ୍କୁ ବାପା ମା ଗାଳି କିମ୍ବା ମାଡ଼ ମାରନ୍ତିନି କିନ୍ତୁ ଦରକାର ବେଳେ ଆକଟ ନିଶ୍ଚୟ କରନ୍ତି । ଅତି ଛୋଟ ବୟସରୁ ଘରର ଛୋଟ ,ବଡ଼ କାମ ପିଲାଙ୍କୁ କରିବାକୁ ଉତ୍ସାହିତ କରନ୍ତି । ଯେଉଁଥିପାଇଁ ଜାପାନର ଧନୀ ଲୋକ ମାନେ ମଧ୍ୟ ଚାକର ରଖିବାକୁ ପସନ୍ଦ କରନ୍ତିନି ।




admin 