ମୂଷାଠାରେ ଓମିକ୍ରମ ସବ ଭାରିଆଣ୍ଟ ବିଏ.୫ ଚିହ୍ନଟ

ମୂଷାଠାରେ ଓମିକ୍ରମ ସବ ଭାରିଆଣ୍ଟ ବିଏ.୫ ଚିହ୍ନଟ

ଓ୍ବାଶିଂଟନ : କରୋନାର ଓମିକ୍ରନ ଭାରିଆଣ୍ଟରୁ ଉତ୍ପନ୍ନ ଏକ ସବ-ଭାରିଆଣ୍ଟ ବିଏ.୫ ମୂଷାମାନଙ୍କଠାରେ ମିଳିଛି। ଯାହା ଅଧିକ ବିପଜ୍ଜନକ ଏବଂ ଶକ୍ତିଶାଳୀ । ଏହାର ରୋଗୀଙ୍କର ଶରୀରରେ ଶୀଘ୍ର ବିସ୍ତାର କରିବା କ୍ଷମତା ସହିତ ସ୍ଥିତିକୁ ସଙ୍କଟ ଜନକ କରିଥାଏ। ସାଇନ୍ସ ଆଡଭାନ୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି ଏହି ଷ୍ଟ୍ରେନ ରୋଗୀ ଠାରେ ସଂକ୍ରମଣ ଦେବାକୁ ଅଧିକ ସମୟ ନେଇ ନ ଥାଏ।

ଆମେରିକାର କୋର୍ନିଲ ବିଶ୍ୱବିଦ୍ୟାଳୟର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ପ୍ରଫେସର ଆଭେରୀ ଅଗଷ୍ଟ କହିଛନ୍ତି ଏହି ସବ-ଭାରିଆଣ୍ଟ ଏକ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିଥାଏ, ଯାହା ଏହାକୁ ଅଧିକ ଶକ୍ତିଶାଳୀ କରିଥାଏ।

ଓମିକ୍ରନ ର ସବ-ଭାରିଆଣ୍ଟଗୁଡିକ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଗବେଷକମାନେ କହିଛନ୍ତି ଯେତେବେଳେ ମୂଷାମାନେ ବିଏ.୧ ଏବଂ ବିିଏ.୨ ସବ-ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ, ସେମାନେ କମ ଅସୁସ୍ଥ ହୋଇପଡିଥିଲେ, କିନ୍ତୁ ଯେତେବେଳେ ପରବର୍ତ୍ତୀ ଗୋଷ୍ଠୀ ବିଏ.୫ ଦ୍ୱାରା ସଂକ୍ରମିତ ହୋଇଥିଲେ, କିଛି ସମୟ ପରେ ସେମାନଙ୍କର ଓଜନ ହ୍ରାସ ପାଇବାରେ ଲାଗିଲା ଏବଂ ଫୁସଫୁସରେ ଭୁତାଣୁ ସଂକ୍ରମିତ ହୋଇଥିଲା।

ଏହି ଅଧ୍ୟୟନ ମାଧ୍ୟମରେ, ଅନୁସନ୍ଧାନକାରୀମାନେ ସମସ୍ତ ଦେଶକୁ ନିବେଦନ କରିଛନ୍ତି କରୋନା ଭୁତାଣୁ ଏକ ଗୁରୁତର ସଙ୍କଟ ହୋଇ ରହିଛି। ସମସ୍ତେ ଏହାର ତଦାରଖ କରିବା ଏବଂ ଏହାର ସବ-ଭାରିଆଣ୍ଟ ଗୁଡିକ ବୁଝିବା ପାଇଁ ଜେନୋମିକ ନୀରିକ୍ଷଣ ଉପରେ ଧ୍ୟାନ ଦେବା ଆବଶ୍ୟକ ।

କରୋନା ଚିକିତ୍ସାରେ ବ୍ୟବହୃତ ଏକ ଆଣ୍ଟିଭାଇରାଲ ଔଷଧ ମଲନପୁପିର, ସ୍ବୟଂଚାଳିତ ଭାବେ କରୋନା ଭୁତାଣୁର ମ୍ୟୁଟାଣ୍ଟ ସୃଷ୍ଟି କରିପାରିବ। ନେଚର ମେଡିକାଲ ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଆଣ୍ଟିଭାଇରାଲ ଔଷଧଗୁଡିକ କରୋନା ଭୁତାଣୁରେ ପରିବର୍ତ୍ତନ ହେବାର ଢାଞ୍ଚା ସହିତ ସଂଯୁକ୍ତ।