ନିରପେକ୍ଷ ତଦନ୍ତର ଦାବି କଲା ଓଡ଼ିଶା ପୁଲିସ ସଂଘ

ନିରପେକ୍ଷ ତଦନ୍ତର ଦାବି କଲା ଓଡ଼ିଶା ପୁଲିସ ସଂଘ

ଭୁବନେଶ୍ବର : ଭରତପୁର ଥାନା ଘଟଣାକୁ ନେଇ ପୋଲିସ ସଂଘ କାଳେ ହୋଇଛି ମର୍ମାହତ । ଘଟଣାର ପ୍ରକୃତ କାରଣ ସମସ୍ତେ ଜାଣିଛନ୍ତି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି । ଏହି ସମୟରେ ୫ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରିବା ଗ୍ରହଣୀୟ ନୁହେଁ ବୋଲି ସଂଘ କହିଛି  । ନିଲମ୍ବନ ପ୍ରତ୍ୟାହାର କରାଯାଉ ବୋଲି ସଂଘ ଦାବିମଧ୍ୟ କରିଛି  ।  ତଦନ୍ତ ପରେ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,  ସଂଘର DG ଙ୍କୁ ଅନୁରୋଧ କରିଛି ।ପୋଲିସ କର୍ମଚାରୀ ଓ ଅଧିକାରୀ ଦୋଷୀ ନୁହଁନ୍ତି । ପ୍ରକୃତ ତଦନ୍ତ ପରେ ଜଣା ପଡ଼ିବ। ପୋଲିସ ଡିଜିପିଙ୍କ କାର୍ଯ୍ୟାନୁଷ୍ଠାନକୁ ସଂଘ ବିରୋଧ କରୁନି କିନ୍ତୁ  ବିଚାର ବିଭାଗୀୟ ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ବୋଲି ସଂଘ ପକ୍ଷରୁ ପ୍ରେସମିଟରେ କୁହାଯାଇଚି । ଥାନାରେ ଯାହା ଘଟଣା ଘଟିଛି ସେଥିରେ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ସଂପୃକ୍ତି ନାହିଁ । ସଂଘ ନିକଟରେ ଯାହା ବି ଭିଡିଓ ପ୍ରମାଣ ଅଛି ସେଥିରେ ସ୍ପଷ୍ଟ ହୋଇଛି କି ପୋଲିସ କର୍ମଚାରୀ ଓ ଅଧିକାରୀ ଘଟଣାରେ ସଂପୃକ୍ତ ନାହାଁନ୍ତି । ସେଥିପାଇଁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପରେ ଯାହା ବି ରିପୋର୍ଟ ଆସିବ ସେ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓଡ଼ିଶା ପୋଲିସ ସଂଘ ସାଂଗଠନିକ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ।