ନୂଆ ସଂସଦରେ କୋଣାର୍କ ଚକ୍ର

ନୂଆ ସଂସଦରେ କୋଣାର୍କ ଚକ୍ର

ନୂଆଦିଲ୍ଲୀ : ନୂଆ ସଂସଦରେ ତିନୋଟି ମୁଖ୍ୟଦ୍ବାର ରହିଛି। ସେସବୁ ହେଉଛି; ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର। କର୍ମଦ୍ବାରର ଡାହାଣ କାନ୍ଥରେ କୋଣାର୍କ ସୂର୍ୟ୍ୟମନ୍ଦିରର ଚକ୍ର ଶୋଭା ପାଉଛି। ଏହାର ବାମକାନ୍ଥରେ ସର୍ଦ୍ଦାର ବଲ୍ଲଭାଇ ପ‌ଟେଲ ଓ ବାବା ସାହେବ ଆମ୍ବେଦନକଙ୍କ ପ୍ରତିମୂର୍ତ୍ତି ରହିଛି।
ସେହିଭଳି, ଜ୍ଞାନଦ୍ବାରର ଡାହାଣ କାନ୍ଥରେ ଯାଜ୍ଞବଳ୍‌କ୍ୟ ସମ୍ବାଦ ଓ ନାଳନ୍ଦାର ପ୍ରତିମୂର୍ତ୍ତି ଲାଗିଥିବା ବେଳେ ଶକ୍ତିଦ୍ବାରର ଡାହାଣ କାନ୍ଥରେ ଚାଣକ୍ୟ ଓ ବାମକାନ୍ଥରେ ମହାତ୍ମା ଗାନ୍ଧୀ-ଲବଣ ସତ୍ୟାଗ୍ରହର ପ୍ରତିମୂର୍ତ୍ତି ରହିଛି।

ସୂଚନା ଅନୁସାରେ, ପାଞ୍ଚାମାସ ତଳୁ କୋଣାର୍କ ସୂର୍ୟ୍ୟମନ୍ଦିରର ଚକ୍ର ନିର୍ମାଣ ଆରମ୍ଭ ହୋଇଥିଲା। ପ୍ରାୟ ୩୦ରୁ ଊର୍ଦ୍ଧ୍ବ କାରିଗର ଏହି କାର୍ୟ୍ୟ‌ରେ ନିୟୋଜିତ ହୋଇଥିଲେ। ସମ୍ପୂର୍ଣ୍ଣ ଭାବେ ପିତ୍ତଳରେ ନିର୍ମାଣ କରାଯାଇଥିବା କୋଣାର୍କଚକ୍ରର ଓଜନ ରହିଛି ୩ହଜାର କିଲୋଗ୍ରାମ। ଆଜି ଉଦ୍‌ଘାଟନ ସମୟରେ ଓଡ଼ିଶାର ସାଂସଦମ‌ାନେ ନୂଆ ସଂସଦ ଭବନରେ କୋଣାର୍କ ସୂର୍ୟ୍ୟମନ୍ଦିରର ଚକ୍ରର ପ୍ରଦର୍ଶନକୁ ଉଚ୍ଚପ୍ରଶଂସା କରିଥିଲେ।