ରାଜ୍ୟ କ୍ୟାବିନେଟ ବୈଠକ: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରୀ
ଭୁବନେଶ୍ୱର: ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଆଜି ବିଜେଡି ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରା ହୋଇଥିବାବେଳେ ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆଜି କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୋଟ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
ତେବେ ବୈଠକରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମୋଟ ୩୩୦.୧୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ପଞ୍ଚମ ପାଳି ସରକାରର ପଞ୍ଚମ ବର୍ଷ ଆରମ୍ଭର ପ୍ରଥମ ଦିନରେ ନବୀନ ବଡ଼ ଘୋଷଣା କରିଛନ୍ତି। ସରକାର ନିର୍ବାଚନ ବର୍ଷକୁ ପ୍ରବେଶ କରୁଥିବାରୁ ଏହି କ୍ୟାବିନେଟରେ ବଡ଼ ଘୋଷଣା କରାଯାଇଥିବା ଜଣାପଡ଼ିଛି । ୨୦୧୯ ମେ’ ୨୯ରେ ନବୀନଙ୍କ ପଞ୍ଚମ ପାଳି ସରକାର ଗଠନ ହୋଇଥିଲା । ପଞ୍ଚମ ପାଳି ସରକାର ଶପଥ ଗ୍ରହଣ ଦିନ ହିଁ କ୍ୟାବିନେଟ ବୈଠକ ଡାକି ମୁଖ୍ୟମନ୍ତ୍ରୀ ନିର୍ବାଚନରେ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହି ଅନୁସାରେ ନବୀନ ନିଜ ପ୍ରତିଶ୍ରୁତି ପୂରଣ କରି ଚାଲିଛନ୍ତି ।




admin 