ଇତିହାସ ରଚିଲା ଭାରତୀୟ ସିନେମା, ‘ନାଟୁ ନାଟୁ’ କୁ ଓସ୍କାର

ଇତିହାସ ରଚିଲା ଭାରତୀୟ ସିନେମା, ‘ନାଟୁ ନାଟୁ’ କୁ ଓସ୍କାର

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି।ଗୀତର ସ୍ବରସଂଯୋଜକ ଏମ୍‌. ଏମ୍‌. କୀରାୱାଣି ଏବଂ ଗୀତିକାର ଚନ୍ଦ୍ରବୋଷ ମଞ୍ଚ ଉପରକୁ ଯାଇ ପୁରସ୍କାର ଗ୍ରହଣ କରିଛନ୍ତି। 

ପ୍ରେମ୍‌ ରକ୍ଷିତଙ୍କ ନୃତ୍ୟ ନିର୍ଦେଶିତ ଏହି ଗୀତର ଦୃଶ୍ୟ ସମଗ୍ର ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଛି। ପୂର୍ବରୁ ନୃତ୍ୟ ନିର୍ଦେଶକ ଗଣମାଧ୍ୟମକୁ କହିଥିଲେ କି, ଏହି ଗୀତ ପାଇଁ ସେ ୧୧୮ରୁ ଅଧିକ ଷ୍ଟେପ୍‌ ସଂଯୋଜନା କରିଛନ୍ତି।

ନିର୍ଦେଶକ ଏସ୍‌. ଏସ୍‌. ରାଜମୌଲିଙ୍କୁ ଶ୍ରେୟ ଦେଇ ସେ କହିଛନ୍ତି, ମୁଁ ୧୦୦୦ରୁ ଅଧିକ ଗୀତ କରିଛି କିନ୍ତୁ, ସେ ସବୁ ‘ଓସ୍କାର୍‌’କୁ ଯାଇ ନ ଥିଲା। କିନ୍ତୁ, ‘ଆର୍‌ଆର୍‌ଆର୍‌’ (ତେଲୁଗୁ ନାଁ: ରୁଧିରମ୍‌ ରଣମ୍‌ ରୌଦ୍ରମ୍‌) ଚଳଚ୍ଚିତ୍ର କାରଣରୁ ଏହି ଗୀତ ‘ଓସ୍କାର୍‌’କୁ ଯାଇପାରିଲା। ତା’ ନ ହୋଇ ଥିଲେ ସେଠାକୁ ଯିବା ଥିଲା କଳ୍ପନାତୀତ।