ବିଜେପି ପାର୍ଟିର ନୂଆ ପୋଷ୍ଟର ‘ଟର୍ମିନେଟର ମୋଦୀ’

ନୂଆଦିଲ୍ଲୀ : ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଭିନ୍ନ ସ୍ଥାନରେ ଏକ ପୋଷ୍ଟର ଲଗାଯାଇଛି । ହଲିଉଡ୍ ଚଳଚ୍ଚିତ୍ର ‘ଦି ଟର୍ମିନେଟର’ ଶୈଳୀରେ ମୋଦିଙ୍କୁ ଏଥିରେ ଉପସ୍ଥାପିତ କରାଯାଇଛି । ଏହି ପୋଷ୍ଟର ନିମ୍ନାଂଶରେ ୨୦୨୪ ‘ଆଇ ୱିଲ୍ ବ୍ୟାକ୍’ ବା ‘୨୦୨୪ ରେ ମୁଁ ଫେରୁଛି’ ବୋଲି ଲେଖାଯାଇଛି । ଏହାର ଉପରକୁ ‘ଦି ଟର୍ମିନେଟର’ ବା ନିର୍ଣ୍ଣାୟକ ବୋଲି କୁହାଯାଇଛି । ମୋଦୀଙ୍କର ଏକ ଭିନ୍ନ ଭଙ୍ଗୀର ଫଟୋ ସହ କାନ୍ଧରେ ପଦ୍ମ ଫୁଲ ରହିଛି । ବିରୋଧୀ ମେଂଟ ଇଣ୍ଡିଆର ବୈଠକ ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପ୍ୱର୍ବରୁ ବିଜେପି ୱେବ୍ସାଇଟ୍ରେ ଏହି ପୋଷ୍ଟର ପୋଷ୍ଟ କରାଯାଇଛି । ଏହା ସହ ୱେବ୍ସାଇଟ୍ରେ ଲେଖାଯାଇଛି ‘ଯେ ବିରୋଧୀମାନେ ମୋଦୀଙ୍କୁ ହରାଇବାର ସ୍ୱପ୍ନ ଦେଖୁଛନ୍ତି । ସେମାନେ ବାସ୍ ସ୍ୱପ୍ନ ଦେଖନ୍ତୁ ; କିନ୍ତୁ ଟର୍ମିନେଟର ସର୍ବଦା ବିଜୟୀ ହୁଏ’ ।